ପଥର ଚୋର ଚାଲାଣ ବେଳେ ଦୁଇ ଟ୍ରାକ୍ଟର ଜବତ

0
265

ବୁଗୁଡା: ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଅଗଷ୍ଟ ୨୪ ତାରିଖ ଦିନ ଦୁଇଟି ଟ୍ରାକ୍ଟରରେ ଲଘୁ ଖଣିଜ ପଦାର୍ଥ ପଥର ଚୋରା ଚାଲାଣ ହେଉଥିବା ବେଳେ ଜବତ କରିଥିବା ଜଣାପଡିଛି। ଦୁଇଟି ଟ୍ରାକ୍ଟରରେ ପଥର ବୋଝେଇ ହୋଇ ଚୋର ଚାଲାଣ ହେଉଥିବା ଖବର ପାଇ ବୁଗୁଡା ତହସିଲଦାର ଶ୍ରୀ ସାହୁ ରାଜସ୍ବ କର୍ମଚାରୀଙ୍କ ସହ ଚଢ଼ାଉ କରି ଦୁଇ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ। ସେହି ଦୁଇ ଟ୍ରାକ୍ଟର ମଧ୍ୟରୁ ଗୋଟିଏ ଟ୍ରାକ୍ଟର ର ମାଲିକ ୧୦ ହଜାର ୪୨୦ ଟଙ୍କା ଜରିମାନା ଦେଉ ଟ୍ରାକ୍ଟର ନେଇଥିବା ବେଳେ ଅନ୍ୟ ଟ୍ରାକ୍ଟରକୁ ଅଟକ ରଖାଯାଇଛି। ଆସନ୍ତା କାଲି ଅନ୍ୟ ଟ୍ରାକ୍ଟର ମାଲିକ ୧୦ ହଜାର ୪୨୦ ଟଙ୍କା ଜରିମାନା ଦେଇ ଟ୍ରାକ୍ଟର ମୁକୁଳାଇ ନେବେ ବୋଲି ମାଲିକ କହିଥିବା ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଛନ୍ତି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here