ଟିମ୍ କ୍ଲିନ୍ ସିଟି ପକ୍ଷରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

0
264

ବ୍ରହ୍ମପୁର()କରୋନା ମହାମାରୀ ବିରୁଦ୍ଧରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭଳି ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟକୁ ସଠିକ ଭାବେ ତୁଲାଉଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଛି ଦକ୍ଷିଣ ଓଡ଼ିଶା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ୍ କ୍ଲିନ୍ ସିଟି । ରବିବାର ସନ୍ଧ୍ୟା ରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କରୋନା ସମୟରେ ସଠିକ ଦାୟିତ୍ୱ ତୁଲାଇ ସମାଜରେ ଉଚ୍ଚ ପ୍ରଶଂସିତ ହୋଇଥିବା ଯୋଦ୍ଧା ମାନଙ୍କୁ କୋଭିଡ ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଛି। ଅନୁଷ୍ଠାନର ସଭାପତି ଶକ୍ତିଧର ରାଜଗୁରୁଙ୍କ ତତ୍ୱବାଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ସୂର୍ଯ୍ୟ ନାରାୟଣ ଚୌଧୁରୀ, ରାଜେଶ କୁମାର ସାହୁ, ଲଳିତ ମଙ୍ଗରାଜ, ଦିନେଶ ପଟ୍ଟନାୟକ, ଅସିତ୍ ପଣ୍ଡା, ଅଭୟ ରଥ, ତାପସ ସାହୁ, ପ୍ରଦୀପ ସାହୁ, ସୂର୍ଯ୍ୟ ନାରାୟଣ ପଣ୍ଡା, ସୁବାସ ଶବର ପଦ୍ମିନୀ ମିଶ୍ର, ଇସା ମିଶ୍ର, ମୁନା କୁମାର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସଂଗଠନ ପକ୍ଷରୁ ପ୍ରଥମେ ସମାଜସେବୀ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଧାୟକଙ୍କ କରକମଳରେ ଗୋସେବା ସଂଗଠନର ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ,ବୃକ୍ଷପ୍ରେମି ତଥା ରାଜ୍ୟ ବିଜେଡି ସମ୍ପାଦକ ସୁବାସ ମହାରଣା, ଗୃହରକ୍ଷୀ ଅମନ୍ ପାତ୍ର, ମହିଳା ଟ୍ରାଫିକ କନେଷ୍ଟବଳ ଶୈଳଜା, ବରିଷ୍ଠ ଆଇନଜୀବୀ ସୁଶ୍ରୀ ମିନତି ରଥ, ଅଧ୍ୟାପକ ଦିବାକର ପଟ୍ଟନାୟକ ଏବଂ ସଫେଇ କର୍ମଚାରୀ ରୀନା ନାୟକଙ୍କୁ କୋଭିଡ ଯୋଦ୍ଧା ସମ୍ମାନ ରେ ଅତିଥିଗଣଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here