ଭିଡିଓ କନ୍ଫୋରେସିଙ୍ଗ ମାଧ୍ୟମରେ ଆଲୋଚନା କଲେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ

0
440

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଗୁଜୁରାଟ ସୁରତ ରୁ ପ୍ରବାସୀ ଓଡ଼ିଆଙ୍କ ଙ୍କ ଆଗମନ ପରେ ଗଞ୍ଜାମ ଜିଲ୍ଲାରେ କୋରନା ସଂକ୍ରମଣ ବ୍ୟାପକ ଭାବରେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ୧୧୮ ଜଣ କୋରନା ରେ ଆକ୍ରାନ୍ତ ହୋଇ ସାରିଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ର ଚିନ୍ତା ବଢ଼ିବାରେ ଲାଗିଛି। ଫଳରେ ଏଭଳି ପରିସ୍ଥିତି ରେ କୋରନା ଭୁତାଣୁ ର କିପରି ଭାବରେ ସଫଳ ମୁକାବିଲା କରିବାକୁ ପଡିବ ସେ ନେଇ ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ବାଚସ୍ପତି , ଜିଲ୍ଲାପାଳ ଏବଂ ପ୍ରଶାସନିକ ଅଧିକାରୀ ମାନେ ଭିଡିଓ କନ୍ଫୋରେସିଙ୍ଗ ମାଧ୍ୟମରେ କୋରନା ର ସମୀକ୍ଷା କରିବା ସହିତ ବର୍ତ୍ତମାନ ର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ସଂଘରୋଧ କେନ୍ଦ୍ରର ଶହେ ମିଟର ପରିଧିରେ ୧୪୪ ଧାରା ଜାରି କରାଯାଇଛି। ବିଶେଷ କରି ଜନସାଧାରଣ ଙ୍କୁ ସଂଘରୋଧ କେନ୍ଦ୍ର ନିକଟରୁ ଦୂରେଇ ରଖିବା ଏଥି ସହିତ ସମସ୍ତେ ସାମାଜିକ ଦୂରତ୍ୱ ଓ ମାସ୍କ ବିନ୍ଧିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାଯ୍ୟକର୍ମ ରେ ଭଞ୍ଜନଗର ବ୍ଳକ ରେ ଭିଡିଓ କନ୍ଫରେସିଙ୍ଗ ଆଲୋଚନା ରେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ,ପରିବେଶ ଓ ସଂଶଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଗୋଷ୍ଟି ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here