ଉପଜିଲ୍ଲାପାଳଙ୍କ ମୁଜାଗଡ଼ ସଂଘରୋଧ ରେ ସମୀକ୍ଷା

0
388

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ପ୍ରଶାସନ ଓ ସରକାର ପାଇଁ ମୁଣ୍ଡ ବ୍ୟଥା ପାଲଟିଛିନ୍ତି ପ୍ରବାସୀ ଓଡ଼ିଆ ମାନେ । ଏଥି ସହିତ ଗଂଜାମ ଜିଲ୍ଲା ରେଡ଼ ଜୋନ ରେ ମଧ୍ୟ ସାମିଲ ହୋଇ ସାରିଛି। ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ସଂଘରୋଧ କେନ୍ଦ୍ରର ୧୦୦ମିଟର ପରିଧି ରେ ୧୪୪ ଧାରା ଜାରି କରାଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଆଜି ଅଚାନକ ମୁଜାଗଡ଼ ଗ୍ରସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ମୁଜାଗଡ଼ ସଙ୍ଘରୋଧ କେନ୍ଦ୍ର ରେ ୫୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ଅଛନ୍ତି। ସେମାନେ ଯେପରି ସମସ୍ତ ସୁବିଧା ସୁଯୋଗ ପାଇବେ ଏଥି ପ୍ରତି ବିଶେଷ ଧ୍ୟାନ ଦେବାକୁ କହିଛନ୍ତି। ଏଥି ସହିତ ଉପଜିଲ୍ଲାପାଳ କର୍ମଚାରୀ ମାନକୁ ସାମାଜିକ ଦୂରତ୍ୱ ରକ୍ଷା କରି ସମସ୍ତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here