କାରରେ ସ୍ୱାଶରୁନ୍ଧ ହୋଇ ନାବାଳକ ମୃତ

0
605

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): କାର ଭିତରେ ସ୍ୱାଶ ରୁନ୍ଧ ହୋଇ ଏକ ୫ ବର୍ଷର ନାବାଳକ ର ମୃତ୍ୟୁ ଘଟିଛି। ଏହି ପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ହଳନ୍ଧଖୋଳା ଗ୍ରାମରେ । ଖବର ଅନୁସାରେ ପଥରାପଲି ଗ୍ରାମର ସାଇକୃଷ୍ଣ ଙ୍କ ପରିବାର ଲୋକେ ହଳନ୍ଧଖୋଳା ଗ୍ରାମର ସୀମାଞ୍ଚଳ ପ୍ରଧାନ ଙ୍କ ଘରକୁ ଦଶାକାଯ୍ୟରେ ଯୋଗ ଦେବାକୁ ଆସିଥିଲେ। ପରିବାର ଲୋକେ ଦଶାକାଯ୍ୟରେ ବ୍ୟସ୍ତ ଥିବା ବେଳେ ପୁଅ ହଠାତ କୁଆଡେ ଗାୟବ ହୋଇଯାଇଥିଲା। ଘର ଲୋକେ ବହୁ ଖୋଜା ଖୋଜି କରିବା ପରେ ଏକ କାର ଭିତରେ ଅଚେତ ଅବସ୍ଥାରେ ପଡିଥିବାର ଦେଖିଥିଲେ। ଫଳରେ ଅଚେତ ଅବସ୍ଥାରେ ସାଇକୃଷ୍ଟ କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ଆଣାଯାଇଥିଲା ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here