ଅବକାରୀ ବିଭାଗ ଚଢ଼ାଉ;ଦୁଇ ଗିରଫ

0
380

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ସମ୍ପାଦକ ପ୍ରଣୟ ପଣ୍ଡା) : କରୋନା ସଂକ୍ରମଣ ରୋକିବା ପାଇଁ ଲକ ଡାଉନ ଯୋଗୁଁ ମଦ ଦୋକାନ ବନ୍ଦ ଥିବା ବେଳେ ବହୁ ଜାଗାରେ ଚୋରା ମଦ କାରୋବାର ବୃଦ୍ଧି ପାଇଛି । ଫଳରେ ଅବକାରୀ ବିଭାଗ ବିଭିନ୍ନ ଜାଗାରେ ଚଢ଼ାଉ ଜାରୀ ରଖି ଦେଶୀ ଓ ବିଦେଶୀ ମଦ ଜବତ କରି ଚୋରା ମଦ ବେପାରୀମାନଙ୍କୁ ଗିରଫ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅବକାରୀ ଅଧକ୍ଷଙ୍କ ନିର୍ଦ୍ଧେଶକ୍ରମେ ବ୍ରହ୍ମପୁର ସଦର ଅବକାରୀ ବିଭାଗ କୁକୁଡାଖଣ୍ଡି ତହସିଲଦାର ଡା.ଈପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଉପସ୍ଥିତିରେ ଅନନ୍ତେଇ ନିକଟସ୍ଥ ଗିନିଗୁଡା ଓ ବନ୍ଧାଗୁଡା ଗ୍ରାମରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦୦୦ଲିଟର ଗୁଡ଼ପୋଚ ଓ ୧୨୫ଲିଟର ଦେଶୀ ମଦ ଜବତ କରିଛନ୍ତି ଏବଂ ଜବତ ଗୁଡ଼ପୋଚକୁ ନଷ୍ଟ କରିଦିଆଯାଇଛି । ଏହି ଚଢ଼ାଉରେ ଅବକାରୀ ବିଭାଗ ଇନ୍ସପେକ୍ଟର ରୋଶନ ହାଁସଦା,ଏଏସଆଇ ଆକାଶ ବିସି,ପ୍ରଦୀପ କୁମାର ସାହୁ,ଶ୍ରୀଧର ମାହାନ୍ତି ଏବଂ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ଷ୍ଟାଫ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here