ବୁଗୁଡା ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଛନ୍ତି ୧୯୪୩ ଜଣ

0
327

ବୁଗୁଡା(ନ୍ୟୁଜ ଏକ୍ସଟ୍ରା /ସ୍ୱରୂପ ସୁମନ ମହାରଣା):ବୁଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ସନ୍ଧ୍ୟା ସୁଧା ମୋଟ ୧୯୪୩ ଜଣ ରହିଥିବା ଜଣାପଡ଼ିଛି। ଏହି ୧୯୪୩ ଜଣଙ୍କ ମଧ୍ୟରୁ ବାହାର ରାଜ୍ୟରୁ ୧୯୨୫ ଜଣ ପ୍ରବାସୀ ଓଡ଼ିଆ ଫେରନ୍ତା ଏବଂ ୧୮ ଜଣ ଆମ ରାଜ୍ୟର ଅନ୍ୟ ଜିଲ୍ଲାରୁ ଫେରିଥିବା ଓ ବୁଗୁଡା ବ୍ଲକର ବ୍ୟକ୍ତି ଅଟନ୍ତି। ୧୯୨୫ ଜଣ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୧୭୪୭ ଜଣ ପୁରୁଷ, ୧୦୩ ଜଣ ମହିଳା ଓ ୭୫ ଜଣ ଶିଶୁ ଅଟନ୍ତି। ଅନ୍ୟ ୧୮ ଜଣଙ୍କ ମଧ୍ୟରୁ କଳିଙ୍ଗା ଘାଟି ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଓ ଅନ୍ୟ ଜିଲ୍ଲାରୁ ଫେରିଥିବା ବ୍ୟକ୍ତି ଅଟନ୍ତି।

LEAVE A REPLY

Please enter your comment!
Please enter your name here