ଭଞ୍ଜନଗର ରେ ପହଁଚିଲା ଆଉ ୪ଟି ବସ ; ଆସିଛନ୍ତି ୭୦ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ

0
470

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କରୋନା ଭୂତାଣୁ ପାଇଁ ସୁରଟରୁ ହଜାର ହଜାର ପ୍ରବାସୀ ଓଡ଼ିଆ ନିଜ ଭିଟାମାଟିକୁ ଫେରୁଛନ୍ତି। ପ୍ରଥମେ ବସ୍‌ ଯୋଗେ ଆସୁଥିବାବେଳେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବା ସହ ସାମାଜିକ ଦୂରତ୍ୱ ବୋଲି କିଛି ରହିଲା ନାହିଁ। ଫଳରେ ସରକାର ବସ୍‌ ବଦଳରେ ଟ୍ରେନ୍‌ ଯୋଗେ ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ନିଷ୍ପତି ନେଲେ। ଅପରପକ୍ଷେ ବସ୍‌ ସେବା ବନ୍ଦ ଥିଲେ ମଧ୍ୟ ଗୁରୁବାର ୪ଟି ବସ୍‌ରେ ସୁରତରୁ ଲୋକେ ଗଞ୍ଜାମ ଜିଲାର ଭଞ୍ଜନଗର କୁ ଆସିଛନ୍ତି। ସେମାନଙ୍କୁ ସୋରିଷ ମୁଳି , ଦୋମୁହାଣୀ , ବ୍ରାହ୍ମଣପଦର ପଞ୍ଚାୟତର କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଆଜି ସକାଳ ୮ ଟା ସୁଦ୍ଧା ୬୧ଟି କ୍ୱାରାଣ୍ଟାଇନ ସେଣ୍ଟରରେ ମୋଟ ୮୫୦ ପ୍ରବାସୀ ଓଡ଼ିଆ ରହିଥିବା ବିଡ଼ିଓ ଅନିଲ କୁମାର ସେଠୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here