ଜାତୀୟ ପୋଷଣ ସପ୍ତାହ ଉପଲକ୍ଷେ ମାଣ୍ଡିଆ ଖାଦ୍ୟ ମେଳା

0
228

ପୋଲସରା :ପୋଲସରା ବ୍ଲକର ପଞ୍ଚାୟତ ସମିତି ବୈଠକ ଗୃହରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ମାଣ୍ଡିଆ ଜାତୀୟ ଖାଦ୍ୟକୁ ପ୍ରୋତ୍ସାହିତ କରାଯାଇଛି । ଜାତୀୟ ପୋଷଣ ସପ୍ତାହ ପାଳନର ଷଷ୍ଠ ଓ ସପ୍ତମ ଦିବସ ଅବସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ଇଣ୍ଡିଆ” ଓ ସମ୍ୱନିତ୍ଵ ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ ବ୍ଲକ ସମ୍ମିଳନୀ କକ୍ଷରେ ପୃଷ୍ଟିକର ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଡିଓ ସୁରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକ ଡକ୍ଟର କୁମୁଦ ଚନ୍ଦ୍ର ବେହେରା ଯୋଗଦେଇ ପୃଷ୍ଟିକର ଖାଦ୍ୟ ଉପରେ ଆଲୋକପାତ କରିଥିଲେ । ପୋଲସରା ସିଡିପିଓ କୁନ୍ତାଳ କୁମାରୀ ନାୟକ ଓ ସୁପ୍ରଭାଇଜର ସୁରଭି କୁସମ ଦାସ ଦୁହେଁ ମଞ୍ଚାସୀନ ଥିଲେ। ପୋଲସରା ବ୍ଲକରେ ଓଡ଼ିଶା ମିଲେଟ୍ସ ମିଶନ ଏବଂ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ପରିଚାଳିତ ମାଣ୍ଡିଆ ଓ କ୍ଷୁଦ୍ର ଦାନା ଶସ୍ୟ ଚାଷ କାର୍ଯ୍ୟକ୍ରମ ୧୪ ଟି ଗ୍ରାମ ପଞ୍ଚାୟତର ୫୩ ଟି ଗ୍ରାମରେ ବହୁଳ ମାତ୍ରା ରେ ଚାଷ କରାଯାଉଛି । ଏହାକୁ ବ୍ଲକର ସମସ୍ତ ଗ୍ରାମରେ ବ୍ୟାପକ କରିବାକୁ ଆହ୍ବାନ କରିଥଲେ । ଭାରତ ସରକାରଙ୍କ ଦ୍ଵାରା ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ଶରୀରରେ ପୋଷଣର ମାତ୍ରା ବୃଦ୍ଧି କରିବା ଓ ପୃଷ୍ଟିକର ଖାଦ୍ୟର ମହତ୍ତ୍ୱ ବୁଝିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳଲକ୍ଷ୍ୟ । ପୃଷ୍ଟିକର ଖାଦ୍ୟର ଚାହିଦା, ଉତ୍ପାଦନ ଓ ଏହାର ବ୍ୟବହାରକୁ ନେଇ ଜନସାଧରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯାଇଛି। ଉକ୍ତ ମେଳାରେ ଏକଶହରୁ ଅଧିକ ପୃଷ୍ଟିକର ଖାଦ୍ୟ ପଦର୍ଶନୀ ସହ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଙ୍ଗନୱାଡି କର୍ମୀ ଓ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥାର ନିରୋଦ ପଣ୍ଡା, କାହ୍ନୁଚରଣ ସେଠୀ, ବବିତା ସାହୁ, ରଶ୍ମିତା ବେହେରା, ଇତିଶ୍ରୀ ବେହେରା, ବିଜୟ କୁମାର ସାହୁ ଓ ସନ୍ତୋଷ କୁମାର ନାୟକ ପରିଚାଳନାରେ ସହଯୋଗ କରିଥଲେ ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here