କୋଭିଡ଼ -୧୯ ସମୟରେ କାଠ ମାଫିଆ ସକ୍ରିୟ ।

0
386

ପୋଲସରା(ନ୍ୟୁଜଏକ୍ସଟ୍ରା /ଅନୀଲ କୁମାର ମହାରଣା):କୋଭିଡ- ୧୯ କୁ ନେଇ ସମଗ୍ର ଦେଶ ଚିନ୍ତାରେ ପଡିଯାଇଥିବା ବେଳେ ପୋଲସରା ଅଞ୍ଚଳରେ ବଢୁଛି କାଠ ମାଫିଆଙ୍କ କାଠ ଚୋରା ଚାଲାଣ ସହ ବଢୁଛି ଦୌରାତ୍ମ୍ୟ। ଗତକାଲି ପୋଲସରା ବନାଞ୍ଚଳ ଅଧୀନରେ ରହିଥିବା ମା ସିଂହାସନି ଜଙ୍ଗଲରୁ ଦିନ ଦିପହରରେ DFO ସତ୍ଯନାରାୟଣ ବେହେରା ଏବଂ ACF ଶଙ୍କରସନ ବେହେରା ପୋଲସରା ରେଞ୍ଜ ଗସ୍ତ ସମୟରେ ଚିରିକିପଡା ଶାସନ ଧନେଇ କେନାଲ ଠାରେ ପାଞ୍ଚ ଗୋଟି ସାଇକେଲ ସହିତ କାଠ ଗଣ୍ଡି ଜବତ କରିଥିବା ବେଳେ ସେହି ଦିନ ରାତ୍ର ସମୟରେ ମଧ୍ୟ ଏକ ଘଟଣା ଘଟିଛି । ଏକ କଳା ରଙ୍ଗର ନମ୍ବର ବିହନ ର ରିକ୍ସା ଗାଡ଼ିରେ ଜଙ୍ଗଲରୁ କାଠ ନେଇ ଫେରୁଥିବା ସମୟରେ ବନ ବିଭାଗ ହାତରେ ଧରାପଡିଥିଲେ ଦୁଇ କାଠ ମାଫିଆ ଦାସରଥି ପାଢ଼ୀ ଓ ପୂଥ୍ବୀରାଜ ନାୟକ ।
ସୂଚନା ଅନୁଯାୟୀ କାଠ ମାଫିଆ ମାନେ କାଠ ଜଙ୍ଗଲରୁ ନେଇ ଚିରିକି ପଡା ଶାସନ ନିଜ ଗ୍ରାମକୁ ଫେରୁଥିବା ବେଳେ ପୋଲସରା ବନ ବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ଜୋକବନ୍ଧ କେନ୍ଦୁବାଡ଼ି ଗ୍ରାମ ରେ ଗୋଟିଏ ରିକ୍ସା ରେ ୮ ଘନଫୁଟ ସାଳ ଓ ଶାଗୁଆଣ କାଠ ଲୋଡ଼ ରହିଥିବା ଦେଖି ପୋଲସରା ବନାଞ୍ଚଳ ଅଧିକାରୀ ଓ ସମସ୍ତ କର୍ମଚାରୀ ମାନେ ମିଶି ଗାଡିକୁ ଜବତ କରିବା ସହ ବେଆଇନ କାଠ କୁ ଜବତ କରି ସମ୍ପୃକ୍ତ ଥିବା ଦୁଇ ଜଣ କାଠ ମାଫିଆଙ୍କୁ ଗିରଫ କରି ଥିବା ବେଳେ ନିଲୁ ସାହୁ ଓ ହରପ୍ରିୟା ସାହୁ ଦୁଇ ଜଣ ଫେରା ହୋଇଥିବା ଜଣାପଡିଛି । ୨୧/ ୨୦୨୦ ରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଦୁଇ ଜଣ ନାମରେ ମାମଲା ରୁଜୁ ହୋଇଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।
ଚଢ଼ାଉ ସମୟରେ ରେଞ୍ଜର ସଚିନ ପ୍ରଧାନ , ଫରେଷ୍ଟର ହର ପ୍ରସାଦ ସାହୁ , କାଶୀନାଥ ଷଡ଼ଙ୍ଗୀ ଓ ରାଜେନ୍ଦ୍ର କୁମାର ନାୟକ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here