ସ୍ୱସ୍ତି ଚିଲିକା ରିସର୍ଟ ର ଟଙ୍କା ଲୁଟ ଘଟଣା, ଖଲ୍ଲିକୋଟ ପୋଲିସ ଦ୍ବାରା ୩ ଲୁଟେରା ଗିରଫ

0
532

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଚିଲିକା କୂଳ ରେ ଅବସ୍ଥିତ ସ୍ୱସ୍ତି ଚିଲିକା ରିସର୍ଟ ର କ୍ୟାସିଅର ପ୍ରଭୂ କଲ୍ୟାଣ ସ୍ବାଇଁ ଗତ ୨୮.୧୨.୨୦୨୦ ରେ ଏକ ମହିନ୍ଦ୍ର ସୁପ୍ରା ଗାଡ଼ି ରେ ୬ ଲକ୍ଷ ଟଙ୍କା ଧରି ବାଲୁଗାଁ ଆନ୍ଧ୍ର ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ବେଳେ ଭେଜିପୁଟ ଠାରେ ଏକ ବାଇକ ରେ ତିନି ଜଣ ଦୁର୍ବୁତ୍ତ ଆସି ଡ୍ରାଇଭର ଅକ୍ଷୟ ନାୟକ ଙ୍କୁ ପିସ୍ତଲ ଦେଖାଇ ଗାଡ଼ି ଅଟକାଇ ଆଖି ପିଛୁଳାକେ ଟଙ୍କା ଲୁଟ କରି ପଳେଇଯାଇଥିଲେ ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଅଭିଯୋଗ ହେବା ପରେ ଥାନା କେସ ନମ୍ବର ୫୪୬/୨୦୨୦ ଅନୁଯାୟୀ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଚଳାଇଥିଲା ପୋଲିସ ।ଆଜି ଏହି ମାମଲାରେ ସମ୍ପୃକ୍ତ ତିନି ଜଣ ଲୁଟେରା ବାଇକ ରେ ଏକ ବଡ଼ ଧରଣର ଡକାୟତି କରିବାକୁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପୋଲିସ କର୍ମଚାରୀ ଙ୍କ ସହ ଖଲ୍ଲିକୋଟ ବଡ ଘାଟି ରାସ୍ତାରେ ବାଇକ ସହ ତିନି ଲୁଟେରା ଙ୍କୁ କାବୁ କରି ନେଇଥିଲେ ।ଗିରଫ ତିନି ଲୁଟେରା ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଂଗଳେଶ୍ୱର ଗ୍ରାମର ତ୍ରିଲୋଚନ ବେହେରା ଓରଫ ଟିନା(୩୬) ,ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାରତୀ ପୁର ଗ୍ରାମର ପିଣ୍ଟୁ ଦାସ ଓରଫ ଶୁକ(୨୩) ଓ ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀ ରାମ ନଗର ରୋଡ଼ ରଥସାହି ର ଯତୀନ ରାଇଗୁରୁ ଓରଫ ଲିପୁ(୩୨) ।ସେମାନଙ୍କ ଠାରୁ ନଗଦ ୧୯ ହଜାର ୫୦୦ ଟଙ୍କା ସହ ତିନୋଟି ଦେଶୀ ପିସ୍ତଲ, ୧୩ ଗୋଟି ଜୀବନ୍ତ ଗୁଳି, ଗୋଟିଏ ବଜାଜ ବ୍ଲାକ ପଲସର ବାଇକ ନମ୍ବର ଓଡ଼ି ୦୨ ବିଏନ ୬୨୩୯ ,ତିନୋଟି ମୋବାଇଲ ଫୋନ ଜବତ କରାଯାଇଛି ।ତେବେ ୬ ଲକ୍ଷ ଟଙ୍କା ଲୁଟ ହୋଇ ଥିବା ବେଳେ ପୋଲିସ ମାତ୍ର ୧୯ ହଜାର ୫୦୦ ଟଙ୍କା ଜବତ କରି ପାରିଛି ।ଆଜି ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ସମସ୍ତ ସୂଚନା ପ୍ରଦାନ କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here