ଗରିବ ଅସହାୟ ଲୋକ ମାନଙ୍କୁ ରୋଷେଇ ସାମଗ୍ରୀ, ମାସ୍କ , ସାବୁନ ବଣ୍ଟନ ସହ ସଚେତନ କଲା ମା ରାହଣ ଦେବୀ ଟ୍ରକ ମାଲିକ ସଂଘ ।

0
342

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ): ଲକଡାଉନ ସମୟରେ ଲୋକମାନେ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ କଟକଣା ଲାଗୁ ହୋଇଥିବା ବେଳେ କରୋନା ମହାମାରୀ ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଘର ବାହାରେ ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ, ସଫେଇ କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ ଥିବାବେଳେ ଏଭଳି ଘଡ଼ିସନ୍ଧି ମୁହୁର୍ତ ରେ ସହଯୋଗର ହାତ ବଢ଼ାଇଛି ଖଲ୍ଲିକୋଟରେ ଥିବା ମା ରାହଣଦେବୀ ଟ୍ରକ ମାଲିକ ସଂଘ । ସେମାନେ ନିଜ ଖର୍ଚ୍ଚରେ ଲୋକମାନଙ୍କୁ ରୋଷେଇ ସାମଗ୍ରୀ ବଣ୍ଟନ, ମାସ୍କ, ସାବୁନ, ସାନିଟାଇଜର ବାଣ୍ଟିବା ସହ ସଚେତନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ବଧିନୂଆଁପଲ୍ଲୀ ଗ୍ରାମପଞ୍ଚୟତର ମର୍ଦ୍ଦରାଜପୁର ଓ ଭିକାପଡ଼ା ଗ୍ରାମପଞ୍ଚୟତର ଭିକାପଡ଼ା ଗ୍ରାମରେ ଘରକୁ ଘର ବୁଲି ଗରିବ ଓ ଅସହାୟ ଲୋକମାନଙ୍କୁ ଡ଼ାଲି, ଆଳୁ, ଗ୍ଲୁକୋଜ୍, ମାସ୍କ , ସାନିଟାଇଜର୍ ଓ ସାବୁନ ବାଣ୍ଟିବା ସହ ସଚେତନ କରିଥିଲେ। ଏଥିରେ ମା ରାହାଣଦେବୀ ଟ୍ରକ ମାଲିକ ସଂଘର ସଭାପତି ଚକ୍ରପାଣି ରାଉତ, ଉପସଭାପତି ତପନ ଆଚାର୍ଯ୍ୟ , ସଂପାଦକ ପ୍ରକାଶ ଚନ୍ଦ୍ର ମିଶ୍ର, କୋଷାଧକ୍ଷ ସିମାଞ୍ଚଳ ସାହୁ , ପୁରୁଷୋତ୍ତମ ସାହୁ, ଶତୃଘ୍ନ ସ୍ବାଇଁ, ବସୁଦେବ ସାହୁ, ମିଟୁ ପରିଡ଼ା, ସତ୍ୟ ସାହୁ, ପ୍ରଭାକର ଜେନା ଓ ଓଡ଼ିଶା ଉଚ୍ଚନ୍ୟାୟଳୟର ଆଇନଜୀବୀ ତଥା ଟ୍ରକ ମାଲିକ ସଂଘର ଆଇନ ପରାମର୍ଶ ଦାତା ତାପସ କୁମାର ଆଚାର୍ଯ୍ୟଙ୍କ ସହ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।କିଛି ଦିନ ପୂର୍ବରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ସଂଘ ତରଫରୁ ଏକ ଲକ୍ଷ ଏଗାର ହଜାର ଟଙ୍କା ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here