ଚୋରା ବେପାରୀଙ୍କ ଗୋଦାମ ଘର ପାଲଟିଛି ତାଳପୁର ପ୍ରାଥମିକ ବିଦ୍ୟାଳୟ

0
411

ସନଖେମୁଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନ ସିଙ୍ଗପୁର କ୍ଳଷ୍ଟରର ତାଳପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଚୋରା ବେପାରୀଙ୍କ ଗୋଦାମ ଘର ପାଲଟିଥିବା ଜଣାପଡିଛି । ଖବରପ୍ରକାରେ ,
କରୋନା ଭୁତାଣୁ ସଂକ୍ରମଣ ପ୍ରତିଷେଧକ ବ୍ୟବସ୍ଥା ଲକ୍ ଡାଉନରେ ଅନ୍ୟ ରାଜ୍ୟରେ ଫସିଥିବା ପଞ୍ଚାୟତବାସୀଙ୍କ ନିର୍ଦ୍ଧାରିତ ୧୪ ଦିନିଆ ସରକାରୀ ଏକାନ୍ତ ବାସ ପାଇଁ ଆବଶ୍ୟକୀୟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କୋଠା ଅନ୍ୱେଷଣରେ ଥିବା ପୁଡ଼ାମାରୀ ସରପଞ୍ଚ ପ୍ରତିନିଧିଙ୍କ ତାଳପୂର ସ୍କୁଲ ଅନୁଧ୍ୟାନ ବେଳେ ନଜରକୁ ଆସିଛି । ସୂଚନାପ୍ରକାରେ ଗତ ସୋମବାର ଦିନ ଅପରାହ୍ନରେ ତାଲପୁର ଗ୍ରାମ ଅନ୍ୟରାଜ୍ୟ ଫେରନ୍ତାଙ୍କ କୋରନା ସନ୍ଦିଗ୍ଧ ଙ୍କୁ ବିଦ୍ୟାଳୟରେ ଏକାନ୍ତ ବାସ ବ୍ୟବସ୍ଥା ପାଇଁ ପଞ୍ଚାୟତରେ ଜିଲ୍ଲାପାଳଙ୍କ କ୍ଷମତାରେ ଥିବା ସରପଞ୍ଚ ଗାଁ ରେ ରହୁଥିବା ସହକାରୀ ଶିକ୍ଷକଙ୍କୁ ପଚାରିଥିଲେ । ସ୍କୁଲ ଛୁଟି ଘୋଷଣା ହେତୁ ଚାବି ନିଜ ପାଖରେ ଥିବା ଦର୍ଶାଇ ପ୍ରଧାନ ଶିକ୍ଷକଙ୍କ ପରାମର୍ଶରେ ସ୍କୁଲ ଖୋଲିଥିଲେ ଏବଂ କୋଠା ଅନୁକ୍ଷଣ ହୋଇଥିଲା । ପରେ ଏକ ଶ୍ରେଣୀ କୋଠା ଚାବି ଖୋଲାଯିବା ପରେ ସେଥିରେ ବହୁ ପରିମାଣରେ ସାଇଜ଼ କାଠ, କାଠ ତିଆରି ଦୁଆର ବନ୍ଧ( ଚଉକାଠ) ,ବିଦ୍ୟୁତ୍ ଲାଇନ୍ ତାର , ଟ୍ରାକ୍ଟର ଯନ୍ତ୍ରାଂଶ , ଟାୟାର , ଧାନ କଳ ଯନ୍ତ୍ରାଂଶ ,ବିପୁଳ ପରିମାଣର ଜଳସେଚନ ଉପଯୋଗୀ ପୀଭିସି ପାଇପ୍ ଆଦି ଦେଖିବାକୁ ପାଇଥିଲେ ।ବାଉଣ୍ଡରିରେ ଚାବି ଥାଇ ସ୍କୁଲକୋଠାରେ ଏସବୁକୁ ଦେଖିବାପରେ ସରପଞ୍ଚ ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗରେ ସେ ଏ ବିଷୟରେ କିଛି ଜାଣିନଥିବା କହିଥିବା ବେଳେ ସହକାରୀ ଶିକ୍ଷକଙ୍କ ଜୀମାରେ ଚାବି ରହୁଥିବାରୁ ନିଜକୁ ଏହି ଘଟଣାରୁ ଦୂରେଇ ରଖିଥିଲେ ।ଘଟଣାର ଗୁରୁତ୍ବ ଦୃଷ୍ଟିରୁ ସରପଞ୍ଚ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ,ପାରଳାଖେମୁଣ୍ଡି ଡି ଏଫ୍ ଓ ,ବ୍ଲକ ଶିକ୍ଷାଧିକାରୀ ଆଦିଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ।
ସୂଚନାପାଇ ମଙ୍ଗଳବାର ଅପରାହ୍ନରେ ବିଇଓ ବିନୋଦ ଚନ୍ଦ୍ର ପାଢ଼ୀ ,ଏବିଇଓ କୈଳାସ ପାଣିଗ୍ରାହୀ, ବନବିଭାଗ ତରଫରୁ ସହକାରୀ ବନ ସଂରକ୍ଷକ ଗୌରୀ ପ୍ରସାଦ ରଥ , ବନାଞ୍ଚଳ ଅଧିକାରୀ ପଞ୍ଚାନନ ସାହୁ , ଡିଆରଓ କାଳୀ ଚରଣ ବେହେରା ସଦଳବଳ ସହିତ ଘଟଣାସ୍ଥଳରେ ପହଞ୍ଚିବା ସହିତ ଘଟଣାର ଯାଞ୍ଚ କରିଛନ୍ତି । ନାଏବ ସରପଞ୍ଚ ବଳରାମ ନାୟକ , ଗ୍ରାମ ବୁଦ୍ଧିଜୀବୀ ତଥା ସ୍କୁଲ୍ କମିଟି ଉପସ୍ଥିତିରେ ସରପଞ୍ଚ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।କୋଠରୀ ଚାବି ଖୋଲାଯାଇ ଗଚ୍ଛିତ ସାଇଜ଼ କାଠକୁ ବନବିଭାଗ ନିଜ ହେପାଜତକୁ ନେଇଛି ଓ ତିଆରି ସାତ ଗୋଟି ଚୋଉ କାଠ ,ବହୁ ଝରକା ଏବଂ ଅନ୍ୟ ସାମଗ୍ରୀକୁ ସ୍କୁଲ ଜିମାରେ ରଖିଅଛି ।ବିଦ୍ୟାଳୟ କୋଠାରେ ଏତାଦୃଶ ଘଟଣା ହେଉଥିବା ବିଷୟରେ ଅନୁଧ୍ୟାନ କରି ତାଜୁବ ହେବାସହ ତଦନ୍ତ ଜାରି ରଖିଛନ୍ତି ।
ତଦନ୍ତ କାଳୀନ ସମୟରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଥିବା ଏହି ଜିନିଷ ସାମନ୍ଧରେ କିଛି ଜାଣିନଥିବା , କାର୍ଯ୍ୟାଳୟ ଚାବି ବ୍ୟତୀତ ଅନ୍ୟ ଚାବି ସମୂହ ଗ୍ରାମ ବାସିନ୍ଦା ସହକାରୀ ଶିକ୍ଷକ ତଥା ପଟିଗୁଡା ସିଆରସିସି ବିଚିତ୍ର ନାୟକଙ୍କ ଜିମାରେ ରହୁଥିବା ଦର୍ଶାଇଛନ୍ତି ।ଏ ସମନ୍ଧରେ ଗ୍ରାମ ବୁଦ୍ଧିଜୀବୀଙ୍କ ମତାମତ ପ୍ରକାରେ ଗ୍ରାମର ଗଣେଶ ନାୟକ ନାମକ ଜନୈକ ବ୍ୟକ୍ତିଙ୍କ ଦ୍ଵାରା ଉକ୍ତ କୋଠରୀ ନିଜସ୍ଵ ଜିନିଷ ଠାବ ହୋଇଥିବା କହିଛନ୍ତି ଏବଂ ସ୍ଥାନୀୟ ସହକାରୀ ଶିକ୍ଷକ ବିଚିତ୍ର ନାୟକଙ୍କ ବିଚିତ୍ର କରାମତି ଦ୍ଵାରା ବହୁ ବର୍ଷ ଧରି ବିଦ୍ୟାଳୟ କୋଠକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରାଯାଉଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here