ଆଇଓସିଏଲ୍ ତରଫରୁ ବେନ୍ଦାଳିଆ ଗ୍ରାମରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
328

କୁକୁଡାଖଣ୍ଡି : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠୀ ପଞ୍ଚାୟତର ବେନ୍ଦାଳିଆ ସ୍ଥିତ ଶିବ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଶନିବାର ଦିନ ଆଇଓସିଏଲ୍ ତରଫରୁ ପ୍ରସନ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଏକ ରନ୍ଧନ ଗ୍ୟାସର କାର୍ଯ୍ୟକାରିତା,ଉପାଦେୟତା ଉପରେ ଗ୍ରାମୀଣସ୍ତରରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଅତିଥି ଭାବେ ସରପଞ୍ଚ ରାଧାମୋହନ ସେଠି, ସମାଜ ସେବି ହରିକୃଷ୍ଣ ପାତ୍ର, ଭଗବାନ ସାହୁ,ବନଜାବାଳା ପଣ୍ଡା, ଆଇଓସିଏଲ ଏରିଆ ମେନେଜର୍ ଦେବଦତ୍ତ ରାଉତରାୟ,ଫିଲଡ ଅଫିସର ଅଙ୍କିତା ଚାଙ୍ଗମାଇ,ଏଲପିଜି ଜେନେରାଲ ମେନେଜର ନବ କୁମାର କୋନାର ପ୍ରମୁଖ ଯୋଗଦେଇ ଉପସ୍ଥିତ ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ନିୟତି ଇଣ୍ଡେନ ଗ୍ୟାସର ବଳରାମ ସାହୁ ଓ କାଳୁ ପ୍ରସାଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here