ଅରୁଣା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏଚ.ଆଇ.ଭି ପରିବାରଙ୍କୁ ସହାୟତା

0
387

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ):ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅରୁଣା ପକ୍ଷରୁ ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ୧୫ଟି ପଞ୍ଚାୟତର ଏଚ. ଆଇ. ଭି ସଂକ୍ରମିତ ତଥା ବିପଦସଂକୁଳ ପରିସ୍ଥିତିରେ ଥିବା ପରିବାରକୁ ସାହାଯ୍ୟ ଏବଂ ସହାୟତା ପ୍ରଦାନ କରାଯାଇଛି । ସ୍ତାନୀୟ କନହେଇପୁର ପଂଚାୟତ ମା ରାହନଦେବୀ ମନ୍ଦିର ପରିସରରେ ବୁଧବାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅରୁଣା ପକ୍ଷରୁ ୧୫୩ ଜଣ ଏଚ୍. ଆଇ.ଭି ପରିବାର ଙ୍କୁ ଶୁଖିଲା ଖାଦ୍ୟପେୟ ପାଇଁ ଏକ ଖାଦ୍ୟ କିଟ୍ ପ୍ରଦାନ କରାଯାଇଛି । ବର୍ଦ୍ଧିତ ସମୟ ଧରି ସାରା ରାଜ୍ୟରେ କରୋନା ମହାମାରୀ ପରିସ୍ଥିତି ଦେଖାଦେଇଛି । ଏଭଳି ସ୍ଥିତିରେ ଚାରିଆଡ଼େ ଲକ୍ ଡାଉନ୍ ଜାରି ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପରିବାରରଙ୍କୁ ଘରେ ରହିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଲକ ଡାଉନ ସମୟରେ ପ୍ରାୟତଃ ବହୁ ଏଚ୍. ଆଇ.ଭି ପରିବାର ପୃଷ୍ଟିକର ଖାଦ୍ୟରୁ ସଂପୂର୍ଣ୍ଣ ବଞ୍ଚିତ ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଆଜିମ ପ୍ରେମଜି ଫିଲାନ୍ତ୍ରଫିକ୍ ଇନିଟେଟିବେ (ଏ. ପି. ପି. ଆଇ ) ସହାୟତା ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଗଂଜାମ ଜିଲ୍ଲାର ୮ ଟି ବ୍ଲକ ରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ପ୍ରକ୍ରିୟା ମାଧ୍ୟମରେ ୯୦୦ ରୁ ଉର୍ଦ୍ଧ୍ଵ ପରିବାରକୁ ସାମିଲ କରାଯିବାର ଲକ୍ଷ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱରେ ରହିବା ମାସ୍କ ପିନ୍ଦିବା ସହ କିପରି ନିଜ ହାତକୁ ସଫାକରିବା ସେ ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ସଚେତନତା କରାଯାଇଥିଲା । ସଚେତନ ଓ ନିୟମିତ ଏ .ଆର .ଟି ସେବନ ଦ୍ୱରା ଏହି ମହାମରିକୁ ରୋକ ଯାଇପାରିବ ବୋଲି ଅରୁଣା ପ୍ରକଳ୍ପ ନୋର୍ଦେଶୀକା ସୁସ୍ମିତା ଭୋଇ ପରାମର୍ଶ ଦେଇଥିଲେ । ଏପରିକି ପ୍ରତ୍ୟେକ ଏଚ୍ ଆଇ ଭି ପରିବାର କୁ ଏକ ଖାଦ୍ୟ ସାମଗ୍ରୀର ଏକ କିଟ୍ ରେ ଚାଉଳ ,ଡାଲି , ଚୁଡା , ସୋୟାବିନ୍ ବଡି , ତେଲ , ଲୁଣ ଭଳି ନିତ୍ୟ ବ୍ୟାବହାରିକ ଜିନିଷ ଏହି ପରିବାର ମାନଙ୍କୁ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦେବୀଦତ୍ତ ରଥ, ପ୍ରମୋଦ ଜେନା, ବିଭୁତି ଭୂଷଣ ଜେନା, ମିତା ସେଠି ଓ ରାଜେନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here