ଅବକାରୀ ବିଭାଗ ଚଢ଼ାଉ; ତିନି ଗିରଫ

0
382

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ସଂକ୍ରମଣ ରୋକିବା ପାଇଁ ଲକ ଡାଉନ ଯୋଗୁଁ ମଦ ଦୋକାନ ବନ୍ଦ ଥିବା ବେଳେ ବହୁ ଜାଗାରେ ଚୋରା ମଦ କାରୋବାର ବୃଦ୍ଧି ପାଇଛି । ଫଳରେ ଅବକାରୀ ବିଭାଗ ବିଭିନ୍ନ ଜାଗାରେ ଚଢ଼ାଉ ଜାରୀ ରଖି ଦେଶୀ ଓ ବିଦେଶୀ ମଦ ଜବତ କରି ଚୋରା ମଦ ବେପାରୀମାନଙ୍କୁ ଗିରଫ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧିନସ୍ଥ ପ୍ରତାପପୁର ଛକ,ପାଣ୍ଡିଆ ଛକ ଏବଂ ଆଚୁଲି ଛକରେ ଚଢ଼ାଉ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୪୭ଲିଟର ଆଇଡିଏଲ,୭ଲିଟର ଓଏସଏଲ,ଗୋଟିଏ ହିରୋ ଗ୍ଲେମର ମୋଟରସାଇକେଲ,ଗୋଟିଏ ଟିଭିଏସ ଯୁପିଟର ସ୍କୁଟର ଜବତ କରିଛନ୍ତି । ଏହି ଚଢ଼ାଉରେ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ସହ ଛତ୍ରପୁର ଅବକାରୀ ଇନ୍ସପେକ୍ଟର,ପୁରୁଷୋତ୍ତମପୁର ଓଆଇସି ଏବଂ ଷ୍ଟାଫ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here