କୋଷାଗୁମୁଡ଼ା ବ୍ଲକରେ ମସାରି ବଣ୍ଟନ କାର୍ଯ୍ୟକ୍ରମ

0
417

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଡାବୁଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରୀ ଙ୍କ ଉପସ୍ଥିତ ରେ ମସାରି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୫ ଟି ପରିବାର ସମସ୍ତଙ୍କୁ ପ୍ରଥମ କରି ବିଧାୟକ ବଣ୍ଟନ କରିଥିଲେ । କୋଡ଼ିଙ୍ଗା ଏବଂ ଫାର୍ସାଗୁଡା ଠାରେ ୨୩ଗୋଟି ଅଙ୍ଗନବାଡି ଠାରେ ୬୫୦୬ ଗୋଟି ବଣ୍ଟନ ହୋଇଅଛି । ଆଜି ର ଏହି ମସାରି ବଣ୍ଟନ କାର୍ଯ୍ୟକ୍ରମ ରେ ଡ଼ାବୁଗାଁ ବିଧାୟକ ଙ୍କ ସମେତ କୋଷାଗୁମୁଡା ବ୍ଲକ ଅଧକ୍ଷା ଗୀତାମଣି ସମରଥ , ରାଜ୍ୟସଭା ସାଂସଦ ପ୍ରତିନିଧି ବଦ୍ରି ନାରାୟଣ ସିଂ, ଜିଲ୍ଲା ଯୁବ ବିଜେଡି ଉପସଭାପତି ସଞ୍ଜୟ କୁମାର ପଟ୍ଟନାୟକ ,କୋଷାଗୁମୁଡା ଥାନା ଅଧିକାରୀ ନଟବର ନନ୍ଦ , ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ.ଜ୍ଞାନ ରଂଜନ ପାଢ଼ୀ , ମାନସ କୁମାର ରଥ , ଦିନେଶ ପ୍ରହରାଜ, ଆଦିତ୍ୟ ବିକ୍ରମ ତ୍ରିପାଠୀ, ମାନସ କୁମାର ପତି, ଭି . ପ୍ରାସଦ ରାଓ, ପୂର୍ବତନ ସରପଞ୍ଚ ହରୀବନ୍ଧୁ ମାଝୀ, ସମସ୍ତ ଆଶା, ଅଙ୍ଗନବାଡ଼ି ଦିଦି ଓ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଠାରୁ ଆରମ୍ଭ ହୋଇଥିବା ମସାରି ବଣ୍ଟନ କାର୍ଯ୍ୟକ୍ରମ କୋଷାଗୁମୁଡ଼ା ବ୍ଲକ ର ସମସ୍ତ ୩୧୯ଟି ଅଙ୍ଗନବାଡି କେନ୍ଦ୍ର ଠାରେ ୧ଲକ୍ଷ ୧୩ ହଜାର ୬୭ ଟି ମସାରି ଚଳିତ ବର୍ଷ ବଣ୍ଟନ କରାଯିବ ବୋଲି ସଂଯୋଜକ ମାନସ କୁମାର ରଥ ସୂଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here