ବେଗୁନିଆପଡା ବ୍ଲକ : ବିଶୃଙ୍ଖଳ ଆଚରଣ ପାଇଁ ୧୨ଜଣ ପ୍ରବାସୀଙ୍କ ନାମରେ ଦୁଇଟି ମାମଲା ରୁଜୁ

0
606

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ସମ୍ପ୍ରତି ବିଭିନ୍ନ ରାଜ୍ୟରୁ ନିଜନିଜ ଅଂଚଳକୁ ଫେରିବାରେ ଲାଗିଛନ୍ତି ପ୍ରବାସୀ ଶ୍ରମିକ l ଉଭୟ ଟ୍ରେନ ଓ ବସରେ ଏମାନେ ବହୁସଂଖ୍ୟାରେ ଫେରୁଥିବା ବେଳେ ଫେରନ୍ତା ମାନଙ୍କୁ କୋଭିଡ-୧୯ ରୁ ସୁରକ୍ଷା ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ସଙ୍ଗରୋଧ ଗୃହ ପ୍ରସ୍ତୁତ କରାଯାଇ ରହିବାର ବ୍ୟବସ୍ଥା କରାଯାଇଛି l କିନ୍ତୁ କିଛି ପ୍ରବାସୀଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡୁଛି l ଗତ ୦୩ ତାରିଖରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ଜନତା ହାଇସ୍କୁଲ ଓ ରାଗପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ଥିବା ଦୁଇଟି ସଙ୍ଗରୋଧ ଗୃହରୁ ବିଭିନ୍ନ କାରଣରୁ ବିଶୃଙ୍ଖଳା ସୃଷ୍ଟିକରି କିଛି ପ୍ରବାସୀ ଫେରାର ହୋଇଯାଇଥିଲେ l ପ୍ରଶାସନ ବହୁବୁଝାସୁଝା କରି ଏମାନଙ୍କୁ ଫେରାଇ ଆଣିବାରେ ନାକେଦମ ହୋଇଯାଇଥିଲା ବେଳେ ଖୋଦ  ଜିଲ୍ଲାପାଳ ଓ ଏସପିଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା l ପରିସ୍ଥିତିକୁ ଅନୁଧ୍ୟାନ କରି କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ଏହି ଦୁଇ ସଙ୍ଗରୋଧ ଗୃହରୁ ବିଶୃଙ୍ଖଳ ଆଚରଣ ପାଇଁ ବାରଜଣଙ୍କ ନାମରେ ମଙ୍ଗଳବାର ଦିନ କୋଦଳା ଥାନାରେ ଏତଲା ଦେଇଛନ୍ତି l ଏତଲା ଆଧାରରେ ଉକ୍ତ ବାରଜଣଙ୍କ ନାମରେ କେସ ନଂ ୧୩୦/୨୦ ଓ ୧୩୧/୨୦ ରେ ବିଭିନ୍ନ ଧାରାରେ ଦୁଇଟି ମାମଲା ରୁଜୁ କରାଯାଇଥିବା କୋଦଳା ଆଇଆଇସି ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି l ଆହୁରି ୩୦ ରୁ ଉର୍ଦ୍ଧ ପ୍ରବାସୀ ସନ୍ଦେହଘେରରେ ରହିଥିବା ଥାନା ସୂତ୍ରରୁ ଜଣାପଡିଛି l 

LEAVE A REPLY

Please enter your comment!
Please enter your name here