କୋରନା ଯୁଦ୍ଧର ଆଗଧାଡ଼ିର ଯୋଦ୍ଧା ପୋଲିସ ଓ ପ୍ରଶାସନିକ ଅଧିକାରୀ ଙ୍କୁ ସଂମାନିତ କଲେ ମନ୍ତ୍ରୀ ଆରୁଖ

0
369

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ଭୁତାଣୁ ପାଇଁ ଦେଶବାସୀ ଙ୍କ ପାଇଁ ଆଗଧାଡ଼ିର ଯୋଦ୍ଧା ଭାବେ ପୋଲିସ ଓ ପ୍ରଶାସନିକ ଅଧିକାରୀ ଙ୍କ ସେବା ଅତୁଳନୀୟ। ଏହି ମାହାମରୀ ସମୟରେ ଜନସାଧାରଣ ଙ୍କୁ ସଚେତନ କରାଇବା ସହ ଅଂଚଳ ପାଇଁ ଅହରହ କାଯ୍ୟ କରୁଥିବା ଅଧିକାରୀ ମାନକୁ ତାଙ୍କ କାଯ୍ୟ ଦକ୍ଷତା ରେ ସନ୍ତୁଷ୍ଟ ହୋଇ ସ୍ଥାନୀୟ ବିଜୁ ସୃତି ସଂସଦ ବାଉଁଶଲୁଣ୍ଡି ତରଫରୁ ଭଞ୍ଜନଗର ପୋଲିସ ବାହିନୀ ର ୮୮ ଜଣ ପୋଲିସ ଙ୍କୁ ଆଜି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ କାଯ୍ୟାଳୟ ପରିଷର ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟର ଜଙ୍ଗଲ ପରିବେଶ ଓ ସଂଶଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ଵାରା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଭଞ୍ଜନଗର ଗୋଷ୍ଟି ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ ,ତହସିଲଦାର ଆଲୋକ ପ୍ରଧାନ ,ଏସ.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର ,ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ , ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ଙ୍କ ସମେତ ୮୮ ଜଣ ପୋଲିସ କର୍ମଚାରୀ ଙ୍କୁ ସଂମାନିତ କରିଥିଲେ ଓ ସମସ୍ତ ଅଧିକାରୀ ଓ ପୋଲିସ ବାହିନୀ ର କାଯ୍ୟଭାର କୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଥିଲେ। ଏହି କାଯ୍ୟକର୍ମ ରେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ବିଜୁ ସୃତି ସଂଶଦ ସଭାପତି ଜିତେନ୍ଦ୍ର କେଶରୀ ଆରୁଖ, ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ଓ ସମାଜ ସେବୀ ଶୂଳପାଣି ଶତପଥି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here