ସଙ୍ଗ-ରୋଧ ନିବାସ ସ୍ଥାନ ପରିବର୍ତ୍ତନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

0
424

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କରୋନା ଭଳି ମାରାତ୍ମକ ଭୂତାଣୁ ସାରା ବିଶ୍ୱ ରେ ନିଜର କାୟା ମେଲାଇ ଥିବାବେଳେ ଏହାର ପ୍ରଭାବ ଭାରତ ରେ ମଧ୍ୟ ଦେଖିବାକୁ ମିଳିଛି l ଓଡିଶା ବାହାରେ ଥିବା ପ୍ରବାସୀ ଓଡିଆ ମାନେ ଭାରତ ର ବିଭିନ୍ନ ସ୍ଥାନ ରୁ ଓଡିଶା କୁ ଫେରି ଆସୁଥିବାରୁ ପ୍ରଶାସନ ତରଫରୁ କୋଭିଡ 19 ର ନିୟମ ଅନୁଯାୟୀ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନ ଓ ବିଦ୍ୟାଳୟ ଗୁଡିକ କୁ ସଙ୍ଗ-ରୋଧ ନିବାସ ରୂପେ ଚୟନ କରାଯାଇଛି ଯେଉଁଠି ସେମାନଙ୍କୁ 14 ଦିନ ପର୍ଯ୍ୟନ୍ତ ଖାଇବା, ପିଇବା ଓ ରହିବା ବ୍ୟବସ୍ଥା ମଧ୍ୟ କରାଯାଇଛି l ସେହିପରି ଭଞ୍ଜମାର୍ଗ ସ୍ଥିତ ପ୍ରାଥମିକ ବିଦ୍ୟାଳୟ କୁ ସଙ୍ଗ-ରୋଧ ନିବାସ ରୂପେ ଚୟନ କରାଯାଇଛି l କିନ୍ତୁ ସେହି ବିଦ୍ୟାଳୟ ଟି ସାହି ଭିତରେ ଅଛି ଓ ଚାରିପାଖରେ ଲୋକଙ୍କ ବାସଗୃହ , ଦୋକାନ ରହିଛି ଏବଂ ସେହି ବିଦ୍ୟାଳୟ ସମୁଖ ରାସ୍ତା ଦେଇ ସବୁବେଳେ ଲୋକମାନେ ବିଭିନ୍ନ ସାହି କୁ ଯିବା ଆସିବା କରୁଥିବାରୁ ରାସ୍ତାଟି ବ୍ୟସ୍ତବହୁଳ ରହୁଛି l ଯାହାଫଳରେ ସେହି ସ୍ଥାନ ରେ ସଙ୍ଗରୋଧ ନିବାସ କଲେ କରୋନା ରୋଗ ଦ୍ରୁତ ଗତି ରେ ଲୋକଙ୍କୁ ବ୍ୟାପିବା ସହିତ ଭୟାଭୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହି ସବୁ ଅସୁବିଧା ଭବିଷ୍ୟତରେ ନହେବା ପାଇଁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ର ଭଞ୍ଜମାର୍ଗ, ବଡଧୋବା ସାହି, ରଘୁନାଥ ବିହାର, ତ୍ରିମୂର୍ତ୍ତି ସାହି, ଜଗନ୍ନାଥ ସାହି ବାସିନ୍ଦା ମିଶି ସମଦୂରତ୍ବ ନିୟମ ମାନି ସଙ୍ଗ-ରୋଧ ନିବାସ ସେହି ବିଦ୍ୟାଳୟ ରୁ ଅନ୍ୟତ୍ର କୌଣସି ସ୍ଥାନ କୁ ପରିବର୍ତ୍ତନ କରିବା ନିମନ୍ତେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ଭେଟି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି l

LEAVE A REPLY

Please enter your comment!
Please enter your name here