କଳିଙ୍ଗା ଘାଟି ରେ ପୁଣି ଏକ ବସ ଦୁର୍ଘଟଣା ; ଡ୍ରାଇଭର ସମେତ ୩ ଆହତ

0
483

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଗତକାଲି ରାତିର ପୁନରାବୃତ୍ତି ଘଟିଛି ପୁଣି କଳିଙ୍ଗା ଘାଟିରେ । ଆଜି ମଧ୍ୟ ସେଇ ଘାଟି ଦେଇ ୧୫ ଟି ବସ ଆସୁଥିବା ବେଳେ ଗୋଟିଏ ବସ ର ପୁଣି ଦୁର୍ଘଟଣା ଘଟିଛି। ଅନ୍ୟ ସମସ୍ତ ବସ ଭଞ୍ଜନଗର ରେ ପହଞ୍ଚି ସାରିଥିବା ବେଳେ ପ୍ରଶାସନ ତରଫରୁ ସେମାନଙ୍କୁ ନିଜ ନିଜର ଗନ୍ତବ୍ୟ ସ୍ଥଳ କୁ ପଠ।ଇବାର୍ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି ଦୁର୍ଘଟଣା ରେ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଛନ୍ତି। ସମସ୍ତ ପ୍ରବାସୀ ଓଡ଼ିଆ ସୋରଡା ଅଂଚଳର ବୋଲି ଜଣାପଡିଛି। ଜି. ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ବର୍ତ୍ତମାନ ସୁଦ୍ଧା ସମସ୍ତ ଙ୍କ ସ୍ୱାସ୍ଥ୍ୟ ବସ୍ତା ଠିକ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ବସ ଟି ସୁରତ ରୁ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଫେରୁଥିଲା। ତେବେ ଫେରିବା ବେଳକୁ କନ୍ଧମାଳ କଳିଙ୍ଗା ଘାଟି ଉପରେ ଡ୍ରାଇଭର ଙ୍କ ଘାଟି ରାସ୍ତା ରେ ଅଜ୍ଞାନତ କାରଣରୁ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପ୍ରକାଶ ଥାଉକି ଗତକାଲି ରାତିରେ ମଧ୍ୟରେ ଅନ୍ଧାରକୋଟ ନିକଟରେ ମଧ୍ୟ ବସ ଦୁର୍ଘଟଣା ଘଟି ୨ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ଅପରପକ୍ଷରେ ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ବସ ର ରୁଟ ବଦଳାଯାଇ ବୌଦ୍ଧ- ଚାରିଛକ- ମାଧପୁର- ନୟାଗଡ଼-ଓଡ଼ଗାଁ- ଦେଇ ସମସ୍ତ ବସ ଗଂଜାମ ଜିଲ୍ଲାରେ ପ୍ରବେଶ କରିବେ।

LEAVE A REPLY

Please enter your comment!
Please enter your name here