ପୋଲସରା ରେ ଜାତୀୟ ମତଦାନ ଦିବସ ପାଳିତ

0
338

ପୋଲସରା(ଅନିଲ କୁମାର ମହାରଣା) ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଜାନୁଆରୀ ୨୫ ତାରିଖ ଦିନ ଜାତୀୟ ମତଦାନ ଦିବସ ପାଳନ ହୋଇଯାଇଛି । କଲେଜର ଇଂରାଜୀ ବିଭାଗର ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ ମତଦାନର ମହତ୍ତ୍ଵ ସମ୍ପର୍କରେ ଉପସ୍ଥିତ ସମସ୍ତ ଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଅଧ୍ୟାପିକା ଡ଼କ୍ଟର.ଜ୍ୟୋତ୍ସାରାଣୀ ପଟ୍ଟନାୟକ ମତଦାନର ମୂଲ୍ୟବୋଧ ନେଇ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ କହିଥିଲେ । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ବୃନ୍ଦ ନିଶ୍ଚିତ ମତଦାନ ପାଇଁ ଶପଥ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଅନିଲ କୁମାର ଦାସ, ପ୍ରକାଶ ଚନ୍ଦ୍ର ସାହୁ, ରାକେଶ ପ୍ରଧାନ, ବିଶ୍ବନାଥ ଚୌଧୁରି , ଶେଖ୍ ଫରିଦ୍, ସୁନିତା ପାଣିଗ୍ରାହୀ, ଭାରତୀ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିରଞ୍ଚି ନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here