ବ୍ରହ୍ମପୁର ଏବିଭିପି ଶାଖାର ୭୩ତମ ପ୍ରତିଷ୍ଠା ଦିବସ ପାଳନ

0
232

ବ୍ରହ୍ମପୁର : ବିଶ୍ୱର ସର୍ବବୃହତ ଅଣରାଜନୈତିକ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ମହାନଗର ଶାଖା ପକ୍ଷରୁ july 9 ତାରିଖରେ 73ତମ ପ୍ରତିଷ୍ଠା ଦିବସ ତଥା ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ନିକଟସ୍ଥ ଖଲିକୋଟ ଖେଳ ପଡିଆରେ ପାଳନ ହୋଇଯାଇଛି l ଏଥିରେ ଅତିଥି ଭାବେ ଉତ୍କଳ ବିଦ୍ୟାନିକେତନର ନିର୍ଦେଶିକା ଶ୍ରୀମତୀ ଶୁଭଶ୍ରୀ ସାବତ, ନଗର ସଭାପତି କେ. କ୍ରିଷ୍ଣାମୂର୍ତ୍ତି ଦାସ ଓ ରାଜ୍ୟ ଉପସଭାପତି ଶିବ ପ୍ରସାଦ ତ୍ରିପାଠୀ ଉପସ୍ଥିତ ରହିଥିଲେ, ଏଥିରେ ଶ୍ରୀମତୀ ଶୁଭଶ୍ରୀ ସାବତ ଓ କେ.କ୍ରିଷ୍ଣାମୂର୍ତ୍ତି ଦାସ ପତାକା ଉତ୍ତୋଳନ କରିଥିବା ବେଳେ ଶିବ ପ୍ରସାଦ ତ୍ରିପାଠୀ ଛାତ୍ରଛାତ୍ରୀ ମାନଙ୍କୁ ଏବିଭିପି ବିଷୟରେ ଉପସ୍ଥାପନା କରିଥିଲେ ଓ କ୍ରିଷ୍ଣାମୂର୍ତ୍ତି ସାର ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ପଠା ପଢିବା ସହିତ କିପରି ଦେଶ ପାଇଁ କମ କରିପାରିବା କହିଥିଲେ l ଏହାପରେ କାର୍ଯ୍ୟକର୍ତା ମାନେ ଏଠାରେ କାର୍ଯ୍ୟକ୍ରମ ସମାପ୍ତ କରି ନିକଟସ୍ଥ ଟାଉନ ଥାନାରେ ପୋଲିସ କର୍ମଚାରୀ ମାନଙ୍କ ସହାୟତାରେ ଥାନା ପରିସରରେ ବୃକ୍ଷ ରୋପଣ କରିବା ସହିତ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ବୃକ୍ଷ ରୋପଣ କରିଥିଲେ ବୋଲି ବିଦ୍ୟାର୍ଥୀ ପରିଷଦର ନଗର ସମ୍ପାଦକ ଦେବାଶିଷ ଦାସ ସୂଚନା ଦେଇଛନ୍ତି l ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଭଦ୍ରା ଶୁକ୍ଲା, ମହାନଗର ସଂଗଠନ ସମ୍ପାଦକ ଯୁଧିଷ୍ଠିର ବେହେରା, ଚିଦାନନ୍ଦ ପଟ୍ଟନାୟକ, ସୁଭଦ୍ରା ସାବତ, ଜସ୍ମିନ ନାୟକ, ରଜତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here