ସୁରାଟରୁ ବେଗୁନିଆପଡା ବ୍ଲକ : ଦୁଇଟି ବସରେ ୧୨୮ ଜଣ ପ୍ରବାସୀ

0
715

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଲକ ଡାଉନ.୩ ର ଅବ୍ୟବହିତ ପୂର୍ବରୁ ଗୁଜୁରାଟର ସୁରାଟ ସହରରୁ ୧୨୮ ଜଣ ପ୍ରବାସୀ ବେଗୁନିଆପଡା ବ୍ଲକରେ ପହଁଚିଥିବା ଖବର ହସ୍ତଗତ ହୋଇଛି l ପୃଥକ ପୃଥକ ଦୁଇଟି ବସରେ ଏମାନେ ଶନିବାର ଅପରାହ୍ନରେ ପହଞ୍ଚିଥିଲେ l ସୁରାଟର ଭାଗଲ ଅଞ୍ଚଳରୁ ୫୮ ଜଣଙ୍କୁ ନେଇ ଗୋଟାଏ ବସ ମର୍ଦ୍ଦମେଖ ପଞ୍ଚାୟତରେ ପହଁଚିଥିବା ବେଳେ ଅନ୍ୟଟି ସୁରାଟର ଡାଇମଣ୍ଡ ନଗରରୁ ୭୦ ଜଣଙ୍କୁ ନେଇ ଚନ୍ଦନପୁର ପଞ୍ଚାୟତରେ ପହଁଚିଥିବା ସୂଚନା ମିଳିଛି l ସମସ୍ତଙ୍କୁ ଗଞ୍ଜାମ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବଳୟରେ ଅଣାଯାଇ ସଙ୍ଗରୋଧ ଗୃହରେ ରଖାଯାଇଛି l ଏମାନେ ସମସ୍ତେ ବେଗୁନିଆପଡା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର ଓ ଖଲ୍ଲିକୋଟ, ଆସିକା, ଶେରଗଡ଼ ବ୍ଲକର ବୋଲି ଜଣାପଡିଛି l ପ୍ରଶାସନ ତରଫରୁ ବିଡିଓ ବେଦବର ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ନୋଡାଲ ଅଫିସର ମଳୟ କୁମାର ବେହେରା ସମେତ ମର୍ଦ୍ଦମେଖ ସରପଞ୍ଚ ହୃଷିକେଶ ମେହେଣା, ଚନ୍ଦନପୁର ସରପଞ୍ଚ ମଧୁସୂଦନ ସାହୁ ଆଦି ପ୍ରବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି l ଅନ୍ୟ ଏକ ଗୁରୁତ୍ୱପୂର୍ଣ ସୂଚନା ଅନୁଯାୟୀ ୪୦ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇଆସୁଥିବା ଏକ ବସ ଗଞ୍ଜାମ ଓ କନ୍ଧମାଳ ମଧ୍ୟରେ ଥିବା କଳିଙ୍ଗଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l ଘଟଣାସ୍ଥଳ ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ମୁତୟନ ଥିବା ଜଣାପଡିଛି l 

LEAVE A REPLY

Please enter your comment!
Please enter your name here