ଦାରିଙ୍ଗବାଡିରେ ହେବ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ

0
263

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତଥା ଓଡିଶା ର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଉତ୍କଳ ସାମ୍ବାଦିକ ସଂଘ (ୟୁଜେଏ) ତରଫରୁ ଏକ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆସନ୍ତା ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଆୟୋଜନ କରାଯାଉଛି | ସମଗ୍ର ରାଜ୍ୟରୁ ସାମ୍ବାଦିକମାନେ ଆସି ଏହି ଦୁଇ ଦିନିଆ ସମ୍ମିଳନୀରେ ଯୋଗଦେବେ ବୋଲି ସୂଚନା ଦିଆଯାଇଛି | କାର୍ଯ୍ୟକ୍ରମରେ ଦୁଇ ଜଣ ମନ୍ତ୍ରୀ ଡ଼. ଅରୁଣ ସାହୁ ଓ ଜଗନ୍ନାଥ ସାରିକା ଯୋଗଦେବେ ବୋଲି ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି | ଦୁଇ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ ସଂଘ ସଭାପତି ବିଭୁତି ଭୂଷଣ କରଙ୍କ ସମେତ ରାଜ୍ୟର ବହୁ ଆଗଧାଡିର ବହୁ ବରିଷ୍ଠ ସାମ୍ବାଦିକ ଯୋଗଦେବେ | ଦାରିଙ୍ଗବାଡି ପରି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ଏପରି ସମ୍ମିଳନୀ ଆୟୋଜନ ଦ୍ଵାରା ସମସ୍ତେ ଜିଲ୍ଲାର ବ୍ୟାପକ ପର୍ଯ୍ୟଟନ ବିଭବ ଓ ଗୌରବମୟ ସଂସ୍କୃତି ସମ୍ପର୍କରେ ସମ୍ୟକ ଧାରଣା ଓ ଅନୁଭୂତି ପାଇବେ ବୋଲି ଆୟୋଜକ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ କୁହାଯାଇଛି | ସାମ୍ବାଦିକଙ୍କ ସମୂହ ସ୍ୱାର୍ଥ ଓ ସମସ୍ୟାର ସମାଧାନ ସମ୍ମିଳନୀର ମୂଳଲକ୍ଷ୍ୟ ହେବ ବୋଲି ସଂଘ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here