ଆଦିବାସୀ ଅଧ୍ୟୁଷିତ ଜାନୀଛକାସିଙ୍ଗ ଗ୍ରାମର ଅସହାୟ ଲୋକଙ୍କୁ ରୋଷେଇ ସାମଗ୍ରୀ ବଣ୍ଟନ କଲା ଖଲ୍ଲିକୋଟ ପୋଲିସ ।

0
339

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ)ଚାରିଆଡେ କରୋନାର ଆତଙ୍କ ଦେଖା ଦେଇଥିବା ବେଳେ ଖଲ୍ଲିକୋଟ ପୋଲିସ ର ସାମାଜିକ ସହଯୋଗ ତଥା ଜାତୀୟ ରାଜପଥରେ ଯାତାୟତ କରୁଥିବା ଗାଡ଼ି ଚାଳକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ ହେଉ ବା ଖଲ୍ଲିକୋଟର ସଂଖ୍ୟାଲଘୁ ଲୋକଙ୍କ ପାଖରେ ମାକ୍ସ, ସାନିଟାଇଜର୍ ପହଞ୍ଚାଇବା ଏପରିକି ଖଲ୍ଲିକୋଟ ଅଞ୍ଚଳର ଗରିବ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କଲାଭଳି ବିଭିନ୍ନ ସାମାଜିକ ସଚେତନ ଓ ସହଯୋଗର ନଜିର୍ ରହିଆସିଥିବା ବେଳେ ଅସହାୟ ଲୋକଙ୍କ ବନ୍ଧୁ ସାଜିଛି ଖଲ୍ଲିକୋଟ ପୋଲିସ । ଆଜି ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ସତ୍ୟରଂଜନ ପ୍ରଧାନ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ଗ୍ରାମପଞ୍ଚାୟତର ଛକାସିଙ୍ଗ ଓ ଜାନୀଛକାସିଙ୍ଗ ଗ୍ରାମକୁ ଯାଇ ଗରିବ ଓ ଅସହାୟ ଲୋକଙ୍କୁ ରୋଷେଇ ସାମଗ୍ରୀ ବଣ୍ଟନ କରିବା ସହିତ ସଚେତନ କରାଇଥିଲେ । ଖଲ୍ଲିକୋଟ ପୋଲିସ ର ଏଭଳି ପଦକ୍ଷେପ କୁ ଅଞ୍ଚଳବାସୀ ପ୍ରସଂଶା କରିବା ସହିତ ସାଧୁବାଦ୍ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here