ବୁଗୁଡା ପିପୁଲସ ହାଇ ସ୍କୁଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

0
357

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ ହାଇ ସ୍କୁଲର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ନିଜର ଗୋଟିଏ ଦିନର ଦରମା ୧୮,୭୮୦ ଟଙ୍କା ଜିଲ୍ଲା ଜୁନିୟର ରେଡକ୍ରସ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରିଛନ୍ତି। ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା, ସହକାରୀ ଶିକ୍ଷକ/ ଶିକ୍ଷୟିତ୍ରୀ ସରୋଜ କୁମାର ନନ୍ଦ,ପ୍ରଶାନ୍ତ କୁମାର ଗୌଡ଼, କାହ୍ନୁ ଚରଣ ଗୌଡ଼, ଶଙ୍କର ଦାଶ, ସଶ୍ମିତା ମହାରଣା, ତପନ କୁମାର ପାଢୀ, ଭାରତୀ ମହାନ୍ତି, ଉଷାରାଣୀ ସିଂହ, ସଶ୍ମିତା ପଟ୍ଟନାୟକ, ସଶ୍ମିତା ତ୍ରିପାଠୀ, ଓ ବିଶ୍ୱେଶ୍ୱର ଗିରି ଏବଂ କର୍ମଚାରୀ ସୁଚିଶ୍ମିତା ବିଷୋୟୀ, ନିଳାଞ୍ଚଳ ପଣ୍ଡା ଓ ମଧୁସୂଦନ ନାୟକ ମଳିତ ଭାବେ ନିଜ ନିଜର ଏକ ଦିନର ଦରମା ୧୮୭୭୮ ଟଙ୍କା ହେଉଥିବା ବେଳେ ୧୮୭୮୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୯ ତାରିଖ ଦିନ ଜିଲ୍ଲା ଜୁନିୟର ରେଡକ୍ରସ ଏକାଉଣ୍ଟରେ ଜମା କରିଛନ୍ତି।

LEAVE A REPLY

Please enter your comment!
Please enter your name here