ପୋଲସରା ବ୍ଳକର ୩ ପଞ୍ଚାୟତରେ ଆମ ବ୍ୟାଙ୍କ ସେବା

0
136

ପୋଲସରା: ସହରାଞ୍ଚଳରୁ ଆରମ୍ଭ କରି ପ୍ରତି ପଞ୍ଚାୟତର ଲୋକମାନେ କିପରି ବ୍ୟାଙ୍କିଙ୍ଗ୍ ସେବା ପାଇ ପାରିବେ ସେ ନେଇ ରାଜ୍ୟ ସରକାର ଏକ ଐତିହାସିକ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦେବାର ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଏନେଇ ମଙ୍ଗଳବାର ପୋଲସରା ବ୍ଲକର ଖଣ୍ଡୁରୁ ପଞ୍ଚାୟତ, ମଧୁପଲ୍ଲୀ ପଞ୍ଚାୟତ ଓ ସୋଡ଼କ ପଞ୍ଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ୍ ଦ୍ବାରା ଶୁଭ ଉଦଘାଟନ ହୋଇ ଥିବା କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ । ଯାହାକି ୧୫ ଗୋଟି ବ୍ୟାଙ୍କିଙ୍ଗ୍ ସଂସ୍ଥା ଦ୍ବାରା ସେବା ପ୍ରଦାନ କରା ଯାଇ ଗ୍ରାମାଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେବା ସହ ଛୋଟ ବଡ଼ ଆବଶ୍ୟକତା ପୁରଣ କରିବ ଏହି ଆମ ବ୍ୟାଙ୍କ ସେବା । ଯାହାଦ୍ୱାରା ଗ୍ରାମାଞ୍ଚଳର ଲୋକେ ବିଶେଷକରି ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ନିଜ ଘର ପାଖରେ ବ୍ୟାଙ୍କ ସେବା ପାଇବାକୁ ସକ୍ଷମ ହେବେ। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ,ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ ,ସରପଞ୍ଚ ସରିତା ପଣ୍ଡା , ବସନ୍ତ କରଣ , ଉତ୍କଳ ପ୍ରଧାନ , ନିର୍ବାଚନ ମଣ୍ଡଳୀ ସଭାପତି ସୁଶାନ୍ତ କୁମାର ପୋଲେଇ , ଜିଲ୍ଲା ପରିଷଦ ଅଶୋକ କୁମାର ବିଷୋୟୀ , ବିକ୍ରମ କୁମାର ନାୟକ ସମେତ ସମସ୍ତ କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here