ବିଜେପି ପକ୍ଷରୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

0
531

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ଠାରେ ମଣ୍ଡଳ ସ୍ତରୀୟ ବିଜେପି ପକ୍ଷରୁ ବୁଧବାର ଦିନ ମାସ୍କ ବଣ୍ଟନ କରାଯିବା ସହ ଲୋକଙ୍କୁ କୋଭିଡ-19 ବିଷୟରେ ସଚେତନ କରାଯାଇଛି l ବିଜେପି ସଂଗଠକ ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱରେ ପୂର୍ବତନ ସଭାପତି ସତ୍ୟବାଦୀ ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ଚନ୍ଦ୍ର ଜେନା, ପୂର୍ବତନ ଉପସଭାପତି ରାମକୃଷ୍ଣ ଜେନା, ପୂର୍ବତନ ଯୁବମୋର୍ଚା ସମ୍ପାଦକ  ସୁଶାନ୍ତ କୁମାର ଜେନା ଏବଂ ଜୟଦେବ ନାୟକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l  

LEAVE A REPLY

Please enter your comment!
Please enter your name here