ପୋଖରୀରେ ବୁଡ଼ି କୃଷକଙ୍କ ମୃତ୍ୟୁ

0
380

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୋଦଳା ହଜସାହି ଠାରେ ଆଜି ସକାଳ ସମୟରେ ଏକ ଦୁଃଖଦ ଘଟଣାକ୍ରମରେ ପୋଖରୀରେ ବୁଡି ଜଣେ 64 ବର୍ଷୀୟ ବୃଦ୍ଧ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ପ୍ରାପ୍ତ ବିବରଣୀ ଅନୁଯାୟୀ କୋଦଳା ହଜସାହି ବାସିନ୍ଦା ସ୍ଵର୍ଗତ ଶିବ ମୁନିଙ୍କ ପୁତ୍ର ପ୍ରହଲ୍ଲାଦ ମୁନି ପ୍ରତ୍ୟକ ଦିନ ଭଳି ଆଜି ମଧ୍ୟ ସକାଳ ପାଞ୍ଚଘଣ୍ଟ ସମୟରେ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ l ସେ ଘରକୁ ଫେରିବା ଡେରିହେବା ଦେଖି ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ l କିଛି ସମୟ ପରେ ଉକ୍ତ ସାହିର ଜଣେ ବ୍ୟକ୍ତି ଏକ ମୃତ ଶରୀର ପୋଖରୀରେ  ଭାସୁଥିବା କହିବା ପରେ ତାଙ୍କ ପରିବାର ଲୋକେ ସେଠାକୁ ଯାଇ ତାଙ୍କୁ ଉଦ୍ଧାର କରି  କୋଦଳା ମେଡିକାଲ ନେଇଥିଲେ ।ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଅନୀଲ କୁମାର ସାହୁ ମେଡିକାଲରେ ପହଞ୍ଚି ଶବ ଦେଖିବା ସହିତ ଘଟଣା ସ୍ଥଳ ଅନୁଧ୍ୟାନ କରିଥିଲେ ଏବଂ ଶବ ବ୍ୟବଛେଦ ନିମନ୍ତେ ପଠାଇ ଏକ ଅପମ୍ରୂତ୍ଯୂ ମାମଲା ଦାୟର କରିଥିବା ଜଣାପଡ଼ିଛି ।ଉକ୍ତ ବ୍ୟକ୍ତି ଜଣେ ଗରିବ କୃଷକ ହୋଇଥିବା ଯୋଗୁଁ ତାଙ୍କୁ ସରକାରୀ ସହାୟତା ଦେବା ପାଇଁ ଦାବୀ ହୋଇଛି l

LEAVE A REPLY

Please enter your comment!
Please enter your name here