ରାସ୍ତା ମଝିରେ ପରିତ୍ୟକ୍ତ ବୋରୱେଲର ପାଇପ୍ , ପ୍ରତିଦିନ ଘଟୁଛି ଛୋଟବଡ଼ ଦୁର୍ଘଟଣା

0
482

ପୋଲସରା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କ ସମେତ ପ୍ରତ୍ୟେକ ଓ୍ବାଡ଼ ସଡ଼କର ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କରୁ ୧୨ ନଂ ଓ୍ବାଡ଼ ସୁବୁଦ୍ଧି ସାହି , ଧୋବା ସାହି ଓ ବଡ ହରିଜନ ସାହିର ତିନି ଛକି ସଡ଼କ ଉପରେ ବହୁ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ଏକ ବୋର୍ ୱେଲ୍ ପାଇପ୍ ୨ ଫୁଟ ଉପରକୁ ବାହାରି ସଡ଼କ ମଝି ରାସ୍ତା ଉପରେ ରହିଛି । ଯାହା ଫଳରେ ଲୋକମାନେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତାରେ ଦୈନିକ ଶହଶହ ଲୋକ ଯିବା ଆସିବା କରିବା ସହ ବାଇକ୍ , କାର୍ , ଅଟୋ ଓ ସାଇକେଲରେ ପ୍ରଭୃତି ଯିବା ଆସିବା କରିଥାଏ। ଯାହା ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଅଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିର ସମାଧାନ କରବା ପରିବର୍ତ୍ତେ ସବୁଜାଣି ନଜାଣିବା ଭଳି ଅଭିନୟ କରୁଛନ୍ତି ପୋଲସରା ଏନ୍.ଏ.ସି. ଓ ପୋଲସରା ଜନସ୍ୱାସ୍ଥ୍ୟ ବିଭାଗ। ଏହି ପରିତ୍ୟକ୍ତ ପାଇପ ବାହାର କରିବା କାହାର ଦାୟୀତ୍ୱ ଉଭୟ ଏନ.ଏ.ସି. ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଆଲୋଚନା କରି ତୁରନ୍ତ ପ୍ରତିକାର କରନ୍ତୁ। ନଚେତ ଗତ ଏକ ସପ୍ତାହ ଧରି ସନ୍ଧ୍ୟା ୫ ଟାରୁ ରାତି ପର୍ଯ୍ୟନ୍ତ ବିଜୁଳି ଚାଲିଯାଉଥିବା ଓ ବର୍ଷା ଲାଗିରହୁଥିବା ସମୟରେ ଘନ ଅନ୍ଧାରରେ ଜନସାଧାରଣଙ୍କ ଯାତାୟାତ ବେଳେ ଯଦି କୌଣସି ଅଘଟଣ ଘଟେ ତେବେ ସେଥିପାଇଁ ଉଭୟ ଏନ.ଏ.ସି. ଓ ଜନସ୍ୱାସ୍ଥ୍ୟ ବିଭାଗ ଦାୟୀ ରହିବେ ବୋଲି ୧୨ ନଂ ଓ୍ବାଡ଼ ର ପୂର୍ବତନ କାଉନସିଲର କେ. କୈଳାସ ଚନ୍ଦ୍ର ପାତ୍ର , ବିପିନ ବିହାରୀ ପଣ୍ଡା , ରମେଶ ଚନ୍ଦ୍ର ପାତ୍ର ଶିବଶଙ୍କର ସାହୁ , ସାହେବ ପୃଷ୍ଟି , ସଂଗ୍ରାମ ପାତ୍ର , ପ୍ରଶାନ୍ତ ପାତ୍ର , ସତ୍ୟ ନାରାୟଣ ନାୟକ ପ୍ରମୁଖ ସମୂହ ଭାବେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here