କରୋନା ପ୍ରମୁଖ ଯୋଦ୍ଧା ସଫେଇ କର୍ମଚାରୀ ଜୀବନକୁ ବାଜି ଲଗାଇ ପରିଷ୍କାର କରିଛନ୍ତି ରାସ୍ତା ଘାଟ

0
539

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):କରୋନା ଭାଇରସ ସଂକ୍ରମଣ ଆଶଙ୍କା କୁ ଖାତିର ନକରି ବ୍ରହ୍ମପୁର ପୌରପାଳିକାର ସଫେଇ କର୍ମଚାରୀ ଜନସାଧରଣଙ୍କୁ ସେବା ଯୋଗାଇ ଚାଲିଛନ୍ତି । କର୍ମଚାରୀଙ୍କ ଏହିପରି ନିଷ୍ଟାପର କାର୍ଯ୍ୟକୁ ନେଇ ସହର ବିଭିନ୍ନ ୱାର୍ଡର ଲୋକେ ନିଜ ନିଜ ଅଞ୍ଚଳର ସଫେଇ କର୍ମଚାରୀଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରୁଛନ୍ତି । ସାରାଦେଶ ମେ ମାସ ୩ ତାରିଖ ପଯ୍ୟନ୍ତ ଲକ୍ ଡାଉନ୍ ଥିବାବେଳେ ଲୋକ ମାନେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଦେହ ଖରାପ ହେଲେ ଘରୁ ବାହାରକୁ ଆସୁଛନ୍ତି । ଏହି ସମୟରେ କରୋନା ଭୁତାଣୁ କୁ ଭୟ ନକରି ବ୍ରହ୍ମପୁର ପୌରପାଳିକାର ୱାର୍ଡ ନମ୍ୱର୍ ୨୫ର ୨୨ ଜଣ ସଫେଇ କର୍ମଚାରୀ ରାସ୍ତାଘାଟ, ଡ୍ରେନ ସଫା କରିବା ସହ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି । ଏହି କର୍ମଚାରୀଙ୍କୁ ସରକାର କରୋନା ଯୋଦ୍ଧା ବୋଲି ଅଭିହିତ କରିଥିବା ବେଳେ ଜରୁରୀ କାଳୀନ ସେବାକୁ ସଠିକ୍ ଭାବେ ସଂପାଦନ କରୁଥିବାରୁ ପରିବେଶ ସଫାସୁତୁରା ରହୁଛି । ଏହି କାଯ୍ୟାକୁ ୨ ଜଣ ସୁପରଭାଇଜର ମଧ୍ୟ ଦୈନିକ ତଦାରଖ କରୁଥିବାରୁ ସେମାନଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଇଛି । ସୁପରଭାଇଜର ନରସିଂହ ନାୟକ, ଶତ୍ରୁଘନ ଜେନା କହିଛନ୍ତି ଯେ, ଏହି ସମୟରେ ୱାର୍ଡ ସଫା ସୁତୁରାକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ଏ ସମ୍ପର୍କରେ ସରକାରୀ ସାନିଟାରୀ ଇନ୍ସପେକ୍ଟର ଏସ ଏନ ଆଚାରି କହିଛନ୍ତି ଯେ, ସରକାରୀ ଏବଂ ଠିକାଦାର ଅଧିନରେ କାମ କରୁଥିବା ସମସ୍ତ ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ କାର୍ଯ୍ୟ ସମୟରେ ମାସ୍କ, ସାନିଟାଇଜ ଓ ସାବୁନ୍ ଇତ୍ୟାଦି ଦିଆଯାଇଛି ବୋଲି କହିଛନ୍ତି । ଆଜି ସ୍ଥାନୀୟ ୨୫ ନମ୍ବର ୱାର୍ଡର ବରିଷ୍ଟ ଆଇନଜୀବୀ ତଥା ସମାଜସେବୀ ଲଳିତ ମଙ୍ଗରାଜ, ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଟୁଲୁ ମଙ୍ଗରାଜ, ପ୍ରଫୁଲ୍ଲ ଭୂୟାଁ, ସନ୍ତୋଷ ପଣ୍ଡା, ଅବନୀ କୁମାର ପାତ୍ର, ମନୋରଞ୍ଜନ ଭୂୟାଁ ପ୍ରମୁଖ ଉପସ୍ଥିତିରେ ୨୫ ନମ୍ୱର ୱାର୍ଡର ସଫେଇ କର୍ମଚାରୀଙ୍କୁ ଖାଦ୍ୟ ବଣ୍ଟନ ସହ ଫୁଲମାଳ ଦେଇ ସମ୍ଭର୍ଦ୍ଧତ କରିଥିଲେ । ଲକ୍ ଡାଉନ୍ ବେଳେ ଭୋକିଲାଙ୍କୁ ସବୁଦିନେ ଆହାର ଯୋଗାଉଥିବାରୁ ବ୍ରହ୍ମପୁରବସି ଏବଂ ପ୍ରଶାସନିକ ଅଧିକାରୀମାନେ ଲଳିତ ମଙ୍ଗରାଜଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଲଳିତ କୁହନ୍ତି, ଆଇନଜୀବୀ ମୋର ନିଶା ପେଶା ନୂହଁ ସେବା ବ୍ୟତୀତ ମଣିଷ ଜୀବନର କୌଣସି ଅସ୍ତିତ୍ୱ ନାହିଁ । ସେବା ହିଁ ମାନବିକତାର ମହତ୍ ସେବା । ଲକ୍ ଡାଉନ୍ ସମୟରେ ସେବା ଯୋଗାଇଦେବା ହଁ ତାଙ୍କର ଏକ ମାତ୍ର ଧର୍ମ ଏବଂ କର୍ମ ବୋଲି କହିଥିଲେ । ଯେଉଁଥିପାଇଁ ସେ ନିଜ ଜୀବନକୁ ସମାଜ ସେବାରେ ନିୟୋଜିତ କରିଛନ୍ତି…। 

LEAVE A REPLY

Please enter your comment!
Please enter your name here