ଚାରି ଗ୍ରାମ ପଞ୍ଚାୟତରେ ବିଧାୟକଙ୍କ ସମୀକ୍ଷା

0
500

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ବୁଧବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଓ ବୁଗୁଡା ବ୍ଲକର ଅରଖପୁର, ପୋଚାଲୁଣ୍ଡି ଓ ଏ.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତକୁ ଯାଇ ବିଭିନ୍ନ ବିଷୟରେ ସମୀକ୍ଷା କରିଛନ୍ତି। ପ୍ରଥମେ ମନ୍ଦାର ପଞ୍ଚାୟତକୁ ଯାଇ ସରପଞ୍ଚ କାଳୀ ଚରଣ ନାୟକ ଓ ଅନ୍ୟାନ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କୁ କରୋନା ସଚେତନତା ବାର୍ତ୍ତା ଦେବାସହ ଲକ ଡାଉନ ପାଇଁ ସରକାର ପ୍ରଦାନ କରିଥିବା ସହାୟତା ଟଙ୍କା ସଠିକ ମିଳିଛି ନା ନାହିଁ ବୁଝିଥିଲେ। ଏହା ପରେ ଅରଖପୁର ପଞ୍ଚାୟତରେ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ସରପଞ୍ଚ ଓ ଜନସାଧାରଣଙ୍କ ସହ ଆର୍ଥିକ ସହାୟତା ପ୍ରାପ୍ତି ବିଷୟ ବୁଝିଥିଲେ। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରଙ୍କ ସମସ୍ତ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ। ପୋଚାଲୁଣ୍ଡି ପଞ୍ଚାୟତରେ ସରପଞ୍ଚ ବିଜୁଳି ଜେନା ଓ ସମିତି ସଭ୍ୟା ପ୍ରତିନିଧି ବିକ୍ରମ ଜେନା ଏବଂ ଏ.କରଡ଼ାବାଡ଼ି ପଞ୍ଚାୟତରେ ସରପଞ୍ଚ ଖଦାଳ ପ୍ରଧାନ,ଓ ସମିତି ସଭ୍ୟ ଅଶୋକ କୁମାର ଡ଼ାଙ୍ଗୁଆ ଙ୍କ ସହ ଉଭୟ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସଙ୍ଗରୋଧ ଗୃହ ବିଷୟରେ ଆଲୋଚନା କରିବା ସହ ପରାମର୍ଶ ଦେଇଥିଲେ।
ଉଭୟ ପଞ୍ଚାୟତରେ ଜନସାଧାରଣଙ୍କୁ ଭେଟି କରୋନାରୁ ରକ୍ଷା ପାଇଁ ସରକାରଙ୍କ ସମସ୍ତ ନିୟମ ମାନିବାକୁ ପରାମର୍ଶ ଦେବାସହ ସରକାର ପ୍ରଦାନ କରିଥିବା ଆର୍ଥିକ ସହାୟତା ବିଷୟରେ ବୁଝିଥିଲେ।

LEAVE A REPLY

Please enter your comment!
Please enter your name here