୬୧ ଜଣ ସଫେଇ କର୍ମଚାରୀ ଙ୍କୁ ସମ୍ମାନିତ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

0
605

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ଭୂତାଣୁ ର ମୁକାବିଲା ପାଇଁ ସାରା ଦେଶବାସୀ ସରକାର ଙ୍କ ସହିତ ମିଶି ମୁକାବିଲା କରୁଛନ୍ତି। ସେହିପରି ପରି ଏହି ମହାମାରୀ ର ମୁକାବିଲା ପାଇଁ ପୋଲିସ, ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ସାମ୍ବାଦିକ, ଅଗ୍ନିଶମ ବିଭାଗ, ଏନ.ଏ. ସି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଜନସାଧାରଣଙ୍କ ପାଇଁ ଆଗ ଧାଡ଼ିର ଯୋଦ୍ଧା ହୋଇଠିଆ ହୋଇଛନ୍ତି। ଠିକ ଏହି ପରିସ୍ଥିତି ରେ ପ୍ରତିଦିନ ଭଞ୍ଜନଗର ଏନ.ଏ. ସି କର୍ମଚାରୀ ମାନେ ସହରରେ ନିରନ୍ତର ସେବା ଯୋଗାଇ ଦେବା ସହ ସହର କୁ ପରିଷ୍କାର ଓ ସୁଦର ପରିବେଶ ସୃଷ୍ଟି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବାଉଁଶଲୁଣ୍ଡି ବିଜୁ ସୃତି ସଂସଦ ପକ୍ଷରୁ ୬୧ ଜଣ ସଫେଇ କର୍ମଚାରୀ ଙ୍କୁ ସଂମାନିତ କରିବା ପାଇଁ ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କର୍ମଚାରୀ ମାନକୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିବା ଓ ସେମାନଙ୍କ କାଯ୍ୟ କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଏହି କାଯ୍ୟକର୍ମ ରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଜେଡି ନେତା ଜିତେନ୍ଦ୍ର କେଶରୀ ଆରୁଖ,ରାଜେନ୍ଦ୍ର ପ୍ରଧାନ, ଏନ.ଏ. ସି ନିର୍ବାହି ଅଧିକାରୀ ଭଜରାମ ବିଶ୍ୱାଳ ଓ ସମାଜ ସେବୀ କୁଳମଣି ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here