ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ମିତଲ୍ ଟ୍ୟୁଟୋରିଆଲ୍ ଛାତ୍ରଛାତ୍ରୀଙ୍କ ସଫଳତା

0
352

ବେଲଗୁଣ୍ଠା(ନ୍ୟୁଜ ଏକ୍ସଟ୍ରା)ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଫଳ ଗତ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ଏଥିରେ କ୍ଷତ୍ରିୟବରପୁର ସ୍ଥିତ ମିତଲ୍ ଟ୍ୟୁଟୋରିଆଲ୍ ରେ ପଢୁଥିବା ପାଞ୍ଚଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବେଲଗୁଣ୍ଠା ବ୍ଲକ୍ ପ୍ରତାପ ଲକ୍ଷ୍ମଣପୁର ଶାସନ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଯୋଗ୍ୟତା ହାସଲ କରିପାରିଛନ୍ତି I ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ପାଇଁ ଯୋଗ୍ୟତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ହେଲେ ସାଇ ସ୍ଵରୁପ ସ୍ୱାଇଁ, ଲରେନ କୁମାର ଭୋଳ, ମିତଲ୍ କୁମାର ରଣା, ରିଶିତା ତ୍ରିପାଠି ଏବଂ ରେଶ୍ମାରାଣୀ ଗୌଡ଼ I ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ପରିବାରରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଅଭିଭାବକ ମାନେ ସମସ୍ତ ଶ୍ରେୟ ଟ୍ୟୁଟୋରିଆଲ୍ ମୁଖ୍ୟ ଗଙ୍ଗାଧର ରଣାଙ୍କୁ ଦେଇଛନ୍ତି I ପ୍ରକାଶ ଥାଉକି କିଛି ଦିନ ତଳେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ମଧ୍ଯ ଏହି ଅନୁ୍ଷ୍ଠାନର ଶିବାନନ୍ଦ ଖଟୁଆ ନାମକ ଜଣେ ଛାତ୍ର ସଫଳତା ପାଇଥିଲେ I.

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here