ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୂଙ୍କ ଚବିଶି ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

0
184

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଣବୁଲାପଲ୍ଲୀ ଗ୍ରାମ ଠାରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୂଙ୍କ ଚବିଶି ପ୍ରହର ନାମଯଜ୍ଞ ଓ ଅନ୍ନଯଜ୍ଞ ନିମନ୍ତେ ଆଜି ଠାରୁ ଆସନ୍ତା ୨୫ ତାରିଖ ୫ଦିନ ବ୍ୟାପୀ ମହାସମାରୋହରେ ମହନ୍ତ ଶ୍ରୀ ଦୟାରାମ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେବ । ଏହି ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲ।। ଗ୍ରାମର ଶତାଧୀକ ମହିଳା ଓ ପୁରୁଷ ମାନେ କଳସ ଧରି ସ୍ଥାନୀୟ ପୋଖରୀ ପାଣି ଆଣିଥିଲେ । ଏହା ପରେ ମହନ୍ତ ଦାସଙ୍କ ଦ୍ୱାରା ବିଭିନ୍ନ ପୂଜାପାଠ କାର୍ଯ୍ୟ ଆରମ୍ଭ ହୋଇଥିଲ।। ଏହି ସମସ୍ତ କାର୍ଯ୍ୟକ୍ରମ କୁ ବଣବୁଲାପଲ୍ଲୀ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ଆସନ୍ତା ୨୬ ତାରିଖ ଦିନ ମନୋରଂଜନ ନିମନ୍ତେ ରାମାୟଣ ନାଟକ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here