ରାଜଶ୍ରୀ ବଳାସି ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୫ ହଜାର ଟଙ୍କା ସହାୟତା

0
494

ପୋଲସରା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଶନିବାର ଦିନ ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ ପଞ୍ଚାୟତର ରାଜଶ୍ରୀ ବଳାସି ସମାଜ ତରଫରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ମାଧ୍ୟମରେ ମାଳତେନ୍ତୁଳିଆ ସରପଞ୍ଚ ପ୍ରତିନିଧି ପ୍ରତାପ ଚନ୍ଦ୍ର ପ୍ରଧାନ , ସମାଜର ସଭାପତି ରାଜେନ୍ଦ୍ର ପ୍ରସାଦ , ସଂପାଦକ କାଳୁଚରଣ ପ୍ରଧାନ ଓ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଙ୍କ ଉପସ୍ଥିତରେ ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କ ଜରିଆରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୫,୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here