RPF ପୋଷ୍ଟ ବ୍ରହ୍ମପୁରର ଜନ ସଚେତନା କାର୍ଯ୍ୟକ୍ରମ

0
571

ବ୍ରହ୍ମପୁର୨୫/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର RPF ପୋଷ୍ଟ ଅଫିସରମାନଙ୍କ ଦ୍ୱାରା ଗତକାଲି ରମ୍ଭା ସ୍ଥିତ କନକ ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏଥିରେ କେବଳ ଗ୍ରାମବାସୀ ନୁହେଁ ସାବୁଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଜିଇଉପିଏସ ବିଦ୍ୟାଳୟର ଛାତ୍ରଛାତ୍ରୀ,ଉଭୟ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଏବଂ ଅଭିଭାବକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |ଏଠାରେ ନିମ୍ନଲିଖିତ ବିଷୟର ସମସ୍ତଙ୍କୁ ସଚେତନ କରାଯାଇଥିଲା,ଯଥା:-ଚାଲୁଥିବା ରେଳଗାଡିକୁ ପଥର ଫୋପାଡିବା ଅନୁଚିତ,ରେଳଲାଇନେ ମଧ୍ୟକୁ ଅନଧିକାର ପ୍ରବେଶ କରିବା ଅନୁଚିତ,ରେଳଗାଡି ଯିବା ପାଇଁ ଲେବଲ କ୍ରସିଂ ଗେଟ ବନ୍ଦ ଥିବା ସମୟରେ ରେଳ ଲାଇନ ପାର କରିବା ଅନୁଚିତ,କୌଣସି ଆଇନଗତ ଅଧିକାର ନ ଥିବା ଏଜେଣ୍ଟ ଠାରୁ ଟିକଟ କିଣିବା ଅନୁଚିତ,ବିନା କାରଣରେ ରେଳଗାଡିର ଆଲାରାମ ଚେନ ଟାଣିବା ଅନୁଚିତ,ମହିଳା ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସଂରକ୍ଷିତ ବଗିରେ ଯାତ୍ରା କରିବା ଅନୁଚିତ,ଅଜଣା ବା ଅଚିହ୍ନା ସହଯାତ୍ରୀଙ୍କଠାରୁ କୌଣସି ଖାଦ୍ୟପେୟ ଗ୍ରହଣ କରିବା ଅନୁଚିତ ଇତ୍ୟାଦି | କିନ୍ତୁ ଯାତ୍ରୀ ସହାୟତା ପାଇଁ ଥିବା Helpline No :182 /୧୮୨ ର ପୂର୍ଣ୍ଣ ପ୍ରଚାର କରିବା ଉଚିତ,ଯାହାଦ୍ୱାରା ଆବଶ୍ୟକ ସ୍ଥଳେ ଜନସାଧାରଣ ଯଥାସାହାଯ୍ୟ ପାଇପାରିବେ |ଏହି କାର୍ଯ୍ୟକ୍ରମରେ ଏସ .ଆଇ ଶ୍ରୀ ଚନ୍ଦନ ତିବାରୀ,ଏଏସଆଇ ଶ୍ରୀ ଏସ.ଏ ପାତ୍ର,ମୁଖ୍ୟ କନ୍ଷ୍ଟେବଲ ପି.କେ ନାୟକ,ମହିଳା କନ୍ଷ୍ଟେବଲ ଏସ.ମାନେଶ୍ଵରୀ ଓ ଅନ୍ୟାନ୍ୟ ସହକର୍ମୀ ଉପସ୍ଥିତ ଥିଲେ | ଏହା ନିଶ୍ଚିତ ଭାବେ ଏକ ପ୍ରସଂଶନୀୟ କାର୍ଯ୍ୟ ଯାହାଦ୍ୱାରା ଅନେକ ଜନସାଧାରଣ ଉପକୃତ ହେବେ | RPF ବ୍ରହ୍ମପୁରର ଏହି କାର୍ଯ୍ୟକୁ ଆମେ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛୁ |

LEAVE A REPLY

Please enter your comment!
Please enter your name here