ବେଗୁନିଆପଡା ବ୍ଲକରେ କାଳବୈଶାଖୀର ତାଣ୍ଡବ ନୃତ୍ୟ ; ବ୍ୟାପକ କ୍ଷୟକ୍ଷତି, ଜନଜୀବନ ଅସ୍ତବ୍ୟସ୍ତ  

0
566

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଶୁକ୍ରବାର  ରାତ୍ର 9.30 ସମୟରୁ ହଠାତ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା l ହଠାତ କିଛି ବୁଝିବା ପୂର୍ବରୁ ପ୍ରବଳ ବେଗରେ ପବନ ବହିବା ସହ ବାରମ୍ବାର ଘଡଘଡିର ପ୍ରକୋପରେ ଲୋକ ଭୟଭୀତ ହୋଇପଡିଥିଲେ l ଏହାସହ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟିରେ ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଖଲ୍ଲିକୋଟ ମଥୁରା ଠାରୁ ବେଗୁନିଆପଡା ଖଣ୍ଡିଆନଇ ରାସ୍ତାରେ 14 ଗୋଟି ତେତିଶି କେଭି ଇଲେକ୍ଟ୍ରି ପୋଲ ପବନରେ ପଡ଼ିଯାଇଥିବା ବେଳେ ଖଣ୍ଡିଆନଇ ଠାରୁ ବୁରୁଝୁରୀ ଯାଏଁ 7 ଗୋଟି ଏଗାର କେଭି ପୋଲ ପଡିଯାଇ ବିତ୍ଦ୍ୟୁତ ବିଭ୍ରାଟ ଦେଖାଦେଇଛି l ଅଞ୍ଚଳରେ ଅନେକ ଘରୁ ଟିଣ ଓ ଚାଳ ଛପର ଉଡିଯାଇ ଥିବାବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ପଡିଯାଇ ଯାତାୟତରେ ଅସୁବିଧା ସୃଷ୍ଟିହୋଇଛି l କୁଆପଥର ମାଡ଼ରେ ଘରର ଟାଇଲ ଓ ସିମେଣ୍ଟ ଟିଣ ଗୁଡିକ ଭାଙ୍ଗି ନଷ୍ଟ ହୋଇଯାଇଛି l କେ. ବରିଡା ଗ୍ରାମର ବଡ଼ସାହି ବାସିନ୍ଦା ସୁବାଷ ବେହେରା, ମୁଣ୍ଡୁଳା ଗ୍ରାମର ପ୍ରଶାନ୍ତ ନାୟକ କାଳବୈଶାଖୀର ଏହି ତାଣ୍ଡବନୃତ୍ୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହିପରି ଅନେକ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି l 

LEAVE A REPLY

Please enter your comment!
Please enter your name here