ମୁଖ୍ୟମନ୍ତ୍ରୀଙ୍କୁ ଚିଠି

0
810

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ସମ୍ପ୍ରତି ପ୍ରବାସୀ ଓଡ଼ିଆ ମାନେ ନିଜନିଜ ଗ୍ରାମକୁ ଫେରିବା ନେଇ ବ୍ୟଗ୍ର l ସେଥିପାଇଁ ସରକାରୀ ସ୍ତରରେ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତି ହୋଇସାରିଛି l ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ଭାଇଭଉଣୀ ମାନଙ୍କୁ ମହାମାରୀ କରୋନାର ଏହି ମହାବିପତ୍ତୀ ସମୟରେ ଅଭାବ, ଅସୁବିଧାକୁ ଧ୍ୟାନରେ ରଖି ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡିଶା ଫେରାଇ ଆଣିବାକୁ ସରକାର ନେଇ ଥିବା  ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସଂକ୍ରମଣ ନବ୍ୟାପିବା ପାଇଁ ୧୪ ଦିନ ସଂଗରୋଧ ଭାବେ ରଖିବା ଏକ ଉଚିତ ନିଷ୍ପତ୍ତି ।  ଓଡ଼ିଶାର ଜଣେ ପରିଚିତ ସାମ୍ବାଦିକ ତଥା ସମାଜସେବୀ ମୂଖ୍ୟମନ୍ତ୍ରୀଙ୍କୁ ଡା଼କଯୋଗେ ଚିଠି ଲେଖି ନିଜର ମତାମତ ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି l “ବାହାର ରାଜ୍ୟରୁ ଆସୁଥିବା ଲୋକମାନେ ଯଦି ନିଜ ଗ୍ରାମରେ କ୍ବାରେଣ୍ଟାଇନରେ ରହିବେ ,ସେମାନେ ସମ୍ପର୍କୀୟ ମାନଙ୍କୁ ମିଶିବାର ସମ୍ଭାବନା ଅଧିକ ଓ ସାଥିରେ ଆଣିଥିବା ଜିନିଷ ପତ୍ରକୁ ଯଦି ଘରକୁ ପଠାନ୍ତି , ବ୍ୟକ୍ତି ଯଦି ସଂକ୍ରମିତ ଥାନ୍ତି ,ତେବେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଛି। ତେଣୁ ସେମାନଙ୍କୁ ଅନ୍ୟ ପାଖାପାଖି ପଡୋଶୀ ପଞ୍ଚୟତରେ ରଖିଲେ ପରିବାର ଲୋକେ ,ସାଙ୍ଗ ସାଥୀ ଓ ସମ୍ପର୍କିୟ ପରଷ୍ପରକୁ  ମିଶିବାରେ ରୋକାଯାଇ ପାରିବ । ସାଙ୍ଗରେ ଆଣିଥିବା ଜିନିଷ ପତ୍ରକୁ ମଧ୍ୟ ୧୪ ଦିନ ପରେ ଘରକୁ ନେବା ଦ୍ବାରା  କରୋନା ସଂକ୍ରମଣର ଆଶଙ୍କା ରହିବନି” ବୋଲି ମତ ପ୍ରଦାନ କରିଛନ୍ତି। ଶ୍ରୀ ତ୍ରିପାଠୀ ଗୁଜରାଟର ପ୍ରଥମ ଓଡ଼ିଆ ଖବରକାଗଜର ସଂପାଦକ ଓ ପରିଚାଳକ ଭାବେ ଦୀର୍ଘ ସମୟ କାମ କରିବା ସହ ଓଡ଼ିଆ ସଂଗଠନର ନେତୃତ୍ବ ନେବା ସହ ଓ ବିଭିନ୍ନ ସାମାଜିକ ସଂଗଠନରେ ଗୁଜରାଟରେ ପନ୍ଦର ବର୍ଷରୁ ଉର୍ଦ୍ଧ ସମୟ କାମ କରିଛନ୍ତି। ତାଙ୍କର ଏହି ପ୍ରସ୍ତାବ ସରକାରୀ ସ୍ତରରେ କେତେଦୂର ଗ୍ରହଣଯୋଗ୍ୟ ତାହା ଦେଖିବାକୁ ବାକି ରହିଲା l 

LEAVE A REPLY

Please enter your comment!
Please enter your name here