ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ।

0
561

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଲକଡାଉନକୁ ନେଇ ସମସ୍ତେ ନିଜ ନିଜ ଘରେ ଥିବାବେଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।ପଦ୍ମପୁର ଗାଁ କୁକୁଡ଼ା ଫାର୍ମ ନିକଟ ଏକ ଗଛରୁ ଉଭୟ ପୁଅ ଝିଅ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ତାରେ ଦେଖିବାକୁ ମିଳିଛି।ଉଭୟ ପ୍ରେମ କରୁଥିବା ବେଳେ ଗତ କାଲି ଠାରୁ ଘରୁ କେଉଁ ଆଡେ ଏହି ପୁଅ ଝିଅ ଚାଲି ଯାଇଥିଲେ। ସକାଳୁ ତାଙ୍କ ଶବ ଦେଖିବାକୁ ପାଇଥିଲେ ଗ୍ରାମବାସୀ। ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ। ଏହା ପରେ ପୁଲିସକୁ ଖବର ଦେଇଥିଲେ ଗ୍ରାମବାସୀ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here