ବେକରେ ଚଦର ଲଗାଇ ଆତ୍ମହତ୍ୟା

0
356

ଆସିକା (ନ୍ୟୁଜଏକ୍ସଟ୍ରା) ନଳବଣ୍ଟା ଗ୍ରାମର ଡି ନିରଞ୍ଜନ ଆଚାରୀ ଚଦର ମାଧ୍ୟମରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।ଦୀର୍ଘଦିନ ଧରି କୁଆଡେ ନିଖୋଜ ଥିବାବେଳେ ଗତ ତିନିଚାରିମାସ ହେବ ଗାଁକୁ ଫେରିଥିଲେ ନିରଞ୍ଜନ।ଘରେ ବାପା ଓ ତା’ଙ୍କ ସାନଭାଇ ବୋହୁ ରହୁଥିଲେ।ନିରଞ୍ଜନ ମାନସିକ ବିକୃତ ଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ କକାପୁଅ ଡି କାହ୍ନୁ ଚରଣ ଆଚାରୀ।ଘରେ ରହିବା ନିମନ୍ତେ ଅସୁବିଧା ହେବାରୁ ନିରଞ୍ଜନଙ୍କ ବାପାଙ୍କ ଅନୁରୋଧ ରକ୍ଷାକରି କାହ୍ନୁ ଆଚାରୀଙ୍କ ତିନିମହଲା ଉପରେ ଗୋଟିଏ ରୁମରେ ରହିଆସୁଥିଲେ ନିରଞ୍ଜନ।କିନ୍ତୁ ବେକରେ ଚଦର ଲଗାଇ ଆତ୍ମହତ୍ୟା କରିଥିବା ନେଇ ଦରଖାସ୍ତ ମାଧ୍ୟମରେ ଜଣାଇଛନ୍ତି ଡି କାହ୍ନୁ ଆଚାରୀ।ଘଟଣା ସ୍ଥଳରେ ଆସିକା ତହସିଲଦାର ଶ୍ରୀ ସଦାନନ୍ଦ ସେଠୀ ଏବଂ ଆସିକା ପୋଲିସ ପହଁଞ୍ଚି ଶବକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମାଲା ରୁଜୁ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ଜଣା ପଡିଛି।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here