ବିଶିଷ୍ଟ ଜ୍ୟୋତିର୍ବିତ ଡ଼ଃ ଗୋପୀନାଥ ମହାପାତ୍ରଙ୍କ ପରଲୋକ

0
444

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବ୍ରହ୍ମପୁର ଗାନ୍ଧୀନଗର ପ୍ରଥମ ଲାଇନର ବାସିନ୍ଦା ବିଶିଷ୍ଟ ଜ୍ୟୋତିର୍ବିତ ଡ଼ଃ ଗୋପୀନାଥ ମହାପାତ୍ରଙ୍କ ୭୮ବର୍ଷ ବୟସରେ ଶନିବାର ସକାଳେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଦେହାନ୍ତ ହୋଇଯାଇଛି। ଗତ ବର୍ଷ ନଭେମ୍ବର ମାସରେ ତାଙ୍କ ଧର୍ମପତ୍ନୀ ଶୋଭାବତୀ ମହାପାତ୍ର ପ୍ରାୟ ୭୦ ବର୍ଷ ବୟସରେ ହାଇଦ୍ରାବାଦରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ।ଡ.ମହାପାତ୍ର ଜଣେ ପରୋପକାରୀ,ଆଧ୍ୟାତ୍ମିକ,ଧର୍ମାପରାୟଣ ରୂପେ ଅଂଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣିବା ପରେ ଅନ୍ତିମ ଦର୍ଶନ ନିମନ୍ତେ ମହାପାତ୍ରଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ ଲାଗିଥିଲା।ମୃତ୍ୟୁ ବେଳକୁ ଦୁଇ ପୁଅ ରଶ୍ମିରଞ୍ଜନ,ରୂପେଶ୍ ଓ ଦୁଇ ବୋହୁଙ୍କ ସମେତ ଦୁଇ ଝିଅ ବବିତା,ସୁନିତା ଏବଂ ଜ୍ୱାଇଁ,ନାତି,ନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ।ଶେଷରେ ମର ଶରୀରକୁ ଅନ୍ତିମ ସତ୍କାର ନିମନ୍ତେ ପୁରୀ ସ୍ୱର୍ଗଦ୍ୱାରକୁ ନିଆ ଯାଇଥିଲା।

LEAVE A REPLY

Please enter your comment!
Please enter your name here