କନ୍ଧମାଳ ଗସ୍ତରେ ଅନୁସୂଚିତ ଜନଜାତି ବିଜେପି ମୋର୍ଚ୍ଚା ସଭାପତି ଓ ସଦସ୍ୟ

0
227

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): ଅନୁସୂଚିତ ଜନଜାତି ରାଜ୍ୟ ମୋର୍ଚ୍ଚା ସଭାପତି (ବିଜେପି) ବିଭୁ ତରାଇ, ଉପସଭାପତି ରାମବିଶି ଦିଗାଲ ଏବଂ ସାଧାରଣ ସମ୍ପାଦକ ରାଘବ ମଲ୍ଲିକ କନ୍ଧମାଳ ଜିଲ୍ଲା ଗସ୍ତ ରେ ଆସିଥିବା ବେଳେ ବାଲିଗୁଡାରେ ରହି କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ବାସ ଭବନ ଠାରେ ପହଂଚିବା ପରେ ବାଲିଗୁଡା ବିଜେପି ତରଫରୁ ସ୍ୱାଗତ ସମ୍ୱର୍ଦ୍ଧନା କରା ଯାଇଥିଲା। ଜିଲ୍ଲା ସଭାପତିଙ୍କ ସମେତ ବାଲିଗୁଡ଼ା ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ରମାନନ୍ଦ ଘଡ଼େଇ, ଚନ୍ଦ୍ର ମଲିକ, ମନୋଜ ରଥ, ଶୁଭାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମ୍ୟକ ଆଲୋଚନା କରି ଫେରିଥିବା ଜଣା ପଡିଛି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here