ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି କୀନର ଗୀତା

0
476

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ମୁକାବିଲା ପାଇଁ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ଗରିବ ଓ ଅସହାୟ ଲୋକ ମାନେ ବହୁ ମାତ୍ରାରେ ପ୍ରଭାବିତ ହେଉଥିବା ବେଳେ ଭଞ୍ଜନଗର ଅଂଚଳର କୀନର ଗୀତା ସବୁ ବେଳେ ଲୋକ ମାନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଜଣେ କିନର ହୋଇଥିଲେ ମଧ୍ୟ ସେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏଭଳି ପରିସ୍ଥିତି ରେ ସହରରେ ରହୁଥିବା ଗରିବ ଓ ଅସହାୟ ଲୋକ ମାନଙ୍କୁ ପ୍ରତିଦିନ ବିସ୍କୁଟ ଓ ପାଣି ଖାଇବାକୁ ଦେଉଛନ୍ତି । ଗୀତା ଙ୍କ ଏଭଳି ମହାନ କାଯ୍ୟକୁ ଭଞ୍ଜନଗର ଅଂଚଳର ଯୁବପିଢ଼ି ଙ୍କ ସହ ସବୁ ବର୍ଗର ଲୋକ ମାନେ ପ୍ରସଂଶା କରିବା ସହ ଗୀତାଙ୍କ ଏଭଳି କାଯ୍ୟ ଯୁବ ସମାଜ ପାଇଁ ଏକ ପ୍ରେରଣା ସୃଷ୍ଟି କରିବ। ଆଗାମୀ ଦିନରେ ମଧ୍ୟ ସେ ଆହୁରି ଅଧିକ ଗରିବ ଓ ଅସହାୟ ଲୋକ ମାନଙ୍କୁ ରୋଷେଇ କରି ଖାଦ୍ୟ ପରଷିବେ ବୋଲି କହିଛନ୍ତି ଗୀତା

LEAVE A REPLY

Please enter your comment!
Please enter your name here