ଭଞ୍ଜନଗର ଅଞ୍ଚଳରେ ବର୍ଷା ଓ ବଜ୍ରପାତର ତାଣ୍ଡବଲୀଳା

0
619

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଆଜି ସନ୍ଧ୍ୟାରେ ଭଞ୍ଜନଗର ଅଂଚଳରେ ବର୍ଷା ଓ ପବନ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭଞ୍ଜନଗର ସହରର ପାର୍କ ରୋଡ , ବେଲଗୁଣ୍ଠା ରୋଡ, କୁଲାଡ଼ ରୋଡ ଆଦି ବହୁ ଜାଗାରେ ଗଛ ଉପୁଡି ପଡିବା ସହ କିଛି ସ୍ଥାନରେ ବିଦୂତ ଲାଇନ ତାର ମଧ୍ୟ ଛିଣ୍ଡି ଯାଇ ଥିବାରୁ ବିଦୂତ ସରବରାହ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। ସେହିପରି ଯୋଗୀମାରି, ତିନିଛକିୟା , ମୁଜାଗଡ଼ ପଂଚାୟତ ଅଂଚଳର ବିଭିନ୍ନ ଗ୍ରାମାଂଚଳ ମାନଙ୍କରେ ମଧ୍ୟ ଗଛ ଉପୁଡି ଯିବା ସହ ବିଦୂତ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେବେ ବଜ୍ରପାତରେ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ଯାଇ ନଥିବା ସୂଚନା ମିଳିଛି। ଅପରପକ୍ଷରେ ପୁରା ଅଞ୍ଚଳରେ ବର୍ଷା ସହ ବଜ୍ରପାତ ଲାଗିରହିଥିବାରୁ ଲୋକ ମାନେ ଏକ ପ୍ରକାର ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି । ବିଦୂତ ସରବରାହ ମଧ୍ୟ କେତେ ବେଳେ ସମ୍ପୂର୍ଣ୍ଣ ଠିକ ହେବ ସେ ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ

LEAVE A REPLY

Please enter your comment!
Please enter your name here