ପୋଲସରା ଏନଏସିରେ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” କାର୍ଯ୍ୟକ୍ରମ

0
123

ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ଏନଏସି ରେ ଫେବୃୟାରୀ ୩ ତାରିଖ ଦିନ ରାମେଶ୍ୱର ମନ୍ଦିର ପରିସରରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନର ସିଧାପ୍ରସାରଣ କାର୍ଯ୍ୟକ୍ରମ ଓ ପରେ ଆମ ଓଡ଼ିଶା ନବୀନ ଓଡ଼ିଶା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ପୋଲସରା ସହରରେ ଏହି କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ତତ୍ତ୍ୱାବଧାନରେ ଜନସାଧାରଣ ଏଲଇଡି ଟିଭି ମାଧ୍ୟମରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ଏହି ଅବସରରେ ଓଡ଼ିଆ ଭାଷା ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଫେବୃୟାରୀ ୩ ତାରିଖ ଠାରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଅଶ୍ବିତା ରଥ ପରିକ୍ରମାର କରିବ। ଏନଏସି ଅଧ୍ୟକ୍ଷ ସଂଗୀତା ବେହେରା ସବୁଜ ପତାକା ଦେଖାଇ ଅଶ୍ବିତା ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ। ଏହି ରଥ ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ଭଜନ ଓ ଓଡ଼ିଆ ଭାଷା ବିଷୟରେ ପ୍ରଚାର ଓ ପ୍ରସାର ପାଇଁ ସମଗ୍ର ପୋଲସରା ସହରରେ ପରିକ୍ରମା କରିବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ପ୍ରଧାନଙ୍କ ସମେତ ସମସ୍ତ କାଉନସିଲର ଓ ଜନସାଧାରଣ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here