ଜିଲାପାଳଙ୍କୁ ଭେଟିଲେ କୁନି ବୈଜ୍ଞାନିକା ବନିତା

0
331

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ସହର ଗାଦବାଗୁଡାର କନ୍ୟା ବନିତା ଦାଶ କିଛି ଦିନ ପୂର୍ବେ କ୍ଷୁଦ୍ରଗ୍ରହ ଆବିଷ୍କାର କରି ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିବା ସହ ନିଜ ଜନ୍ମମାଟି ନବରଙ୍ଗପୁରର ଗୌରବ ଆଣିଛନ୍ତି । ମଧ୍ୟପ୍ରଦେଶର ଅମରକଣ୍ଟକର ଜବାହର ନବୋଦୟ ବିଦ୍ୟାଳୟରେ ସେ ଏକାଦଶ ଶ୍ରେଣୀର ଛାତ୍ରୀ । ସେ ଗାଦବାଗୁଡାନିବାସୀ ଗୋପାଳକୃଷ୍ଣ ମହାପାତ୍ରଙ୍କର ନାତୁଣୀ । ଅଧ୍ୟାପକ ବନବିହାରୀ ଦାଶଙ୍କର ସୁକନ୍ୟା ଅଟନ୍ତି । ସଂପ୍ରତି ସେ ପୂଜାଛୁଟିରେ ଘରକୁ ଆସିଥିବାରୁ ବୁଧବାରନବରଙ୍ଗପୁର ଜିଲାପାଳ ଡଃ.ଅଜିତ୍ କୁମାର ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଜିଲାପାଳ ଡଃ . ମିଶ୍ର ବନିତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହୋଇ ଦେଶସେବା କରିବାକୁ ପରାମର୍ଶ ଦେଇଥିଲେ । ଭାରତ ସରକାରଙ୍କର ମୁଖ୍ୟବୈଜ୍ଞାନିକ ପରାମର୍ଶଦାତାଙ୍କ ନିମନ୍ତ୍ରଣକ୍ରମେ ବନିତା ନୂଆଦିଲ୍ଲୀ ଯାତ୍ରା କରି ବିଭିନ୍ନ ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here