ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସହାୟତା ପ୍ରଦାନ

0
617

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) :ଭୟଙ୍କର କରୋନା ଭାଇରସ ଜନୀତ କଟକଣା ଯୋଗୁଁ  ଜନସାଧାରଣ ଲକ ଡାଉନରେ ଥିବାବେଳେ ଗରିବ ଲୋକମାନେ କାମ ଧନ୍ଦା ହରାଇ ବସିଛନ୍ତି l ଏମାନଙ୍କ ଚଳଣି ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ପ୍ରଦାନ ପରେ ଆଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ପୁଣି ତିନି ମାସର ଚାଉଳ ମୁଣ୍ଡ ପିଛା ପାଞ୍ଚ କେଜି ହିସାବରେ ପନ୍ଦର କେଜି ଏବଂ କାର୍ଡ ପିଛା ଏକ କେଜି ହିସାବରେ ତିନି କେଜି ଡାଲି ଯୋଗାଇଦେବା ଆରମ୍ଭ ହୋଇଛି l ଏହି ସହାୟତା ପ୍ରଥମେ  ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ତାଳସର ପଂଚାୟତରେ ଯୋଗାଣ ଅଧିକାରୀ ଶରତ ବେହେରା, ଜିପିଇଓ ଅଶୋକ କୁମାର ଜେନା, ସ୍ଥାନୀୟ ସରପଞ୍ଚ ଓ ଯୋଗଣ ସହାୟକ ଉପସ୍ଥିତିରେ ବଣ୍ଟନ କରାଯାଇଛି ।ଏହି ଯୋଜନାରେ ବର୍ତମାନ ଚାଉଳ ବଣ୍ଟନ କରାଯାଇଥିବା ବେଳେ ଡାଲି ପହଞ୍ଚି ନ ଥିବା ଯୋଗୁଁ ପରବର୍ତ୍ତୀ ସମୟରେ ବଣ୍ଟନ କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି l 

LEAVE A REPLY

Please enter your comment!
Please enter your name here