ଭଞ୍ଜନଗର ରେ ସାମ୍ବାଦିକ ନେଲେ କୋଭିଡ ଟୀକା

0
353

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଘୋଷଣା ପରେ ସେମାଙ୍କୁ ଅଗ୍ରାଧିକାର ଦେଇ କୋଭିଡ ଟୀକା ପ୍ରଦାନ ନିମନ୍ତେ ନିର୍ଦେଷ ଦେଇଛନ୍ତି | ସାରା ଓଡିଶାରେ ସାମ୍ବାଦିକ ମାନଙ୍କୁ ଟୀକା ପ୍ରଦାନ କରାଯାଉଥିବା ବେଳେ ଆଜି ଭଞ୍ଜନଗର ରେ ମଧ୍ୟ କାର୍ଯ୍ୟାରତ ସାମ୍ୱାଦିକ ମାନଂକୁ କୋଭିଡ ଟୀକାର ପ୍ରଥମ ଡୋଜ ପ୍ରଦାନ କରାଯାଇଛି | ସ୍ଵତନ୍ତ୍ର ଆୟୋଜନ କରାଯାଇ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାର କୋଭିଡ ଟୀକାକରଣ କେନ୍ଦ୍ର ଠାରେ 12 ଜଣ ସାମ୍ବାଦିକଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି | ପର୍ଯ୍ୟାୟ କ୍ରମେ ଅନ୍ୟ ସାମ୍ବାଦିକ ମାନଙ୍କୁ ମଧ୍ୟ କୋଭିଡ ଟୀକା ପ୍ରଦାନ କରାଯିବ | ଏହି ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗେଇ ସଠିକ ଖବର ଲୋକଲୋଚନ କୁ ଆଣିବା ସହ ଲୋକଙ୍କୁ ସଚେତନ କରିବାରେ ଗଣମାଧ୍ୟମ ର ଭୂମିକା ବହୁତ ଗୁରୁତ୍ୱ ଵହନ କରୁଥିଲା, ଯଦି ନିଜେ ସୁରକ୍ଷିତ ରହିବେ ନାହିଁ ତେବେ ସେମାନେ ଅନ୍ୟ କାହାକୁ ସଚେତନ କରିବେ କେମିତି ସେଥିପାଇଁ ସାମ୍ବାଦିକଙ୍କୁ ଟୀକାଦାନ ନିଷ୍ପତି କୁ ଉପଜିଲ୍ଲାପାଳ ସ୍ୱାଗତ କରିଛନ୍ତି | ଏବଂ ନିଜେ ପୂର୍ବ ସତର୍କତା ନେଇ ଲୋକଙ୍କୁ ସଚେତନ କରିବା ନିମନ୍ତେ ନିଜର ପ୍ରୟାସ ଜାରି ରଖିଲେ ନିଶ୍ଚିତ ଭାବେ ଲୋକ ସଚେତନ ହେଇ କୋଭିଡ ନିୟମ ଠିକ ଭାବେ ଅନୁପାଳନ ସହ କରୋନା ସଂକ୍ରମଣ ରକିବାରେ ସହାୟକ ହେବ ବୋଲି ଉପଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି | ଏହି ଟୀକା କରଣ କେନ୍ଦ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ, ଉପଖଣ୍ଡ ଡାକ୍ତରଖାନାର ହସ୍ପିଟାଲ ମ୍ୟାନେଜର ବିଚିତ୍ର ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସମେତ ଅନ୍ୟ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ |

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here